ସଂଚାର ବ୍ୟୁରୋ: ମାଟ୍ରିକ ବିଜ୍ଞାନ ପରୀକ୍ଷାରେ କପି କରୁଥିବା ବେଳେ ୭ ଜଣ ପରୀକ୍ଷାର୍ଥୀ ଧରା ପଡ଼ିଛନ୍ତି। ଏମାନଙ୍କୁ କୌଣସି ସ୍କ୍ୱାଡ଼ ଧରିନାହାନ୍ତି। ପ୍ରଥମ କରି AI ସହାୟତାରେ ଧରାଯାଇଥିବା ଶିକ୍ଷାବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୪ଟି ସ୍କ୍ୱାଡ଼ ସମ୍ବଲପୁର ଜିଲାର ୨୦ଟି ପରୀକ୍ଷାକେନ୍ଦ୍ରରେ ଯାଞ୍ଚ କରିଥିଲେ।ଏଥିରୁ ଦୁଇଟି କେନ୍ଦ୍ରୀୟ ସ୍କ୍ୱାଡ଼ ୫ଟି ଲେଖାଏଁ କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ସମ୍ବଲପୁର ଜିଲା ଶିକ୍ଷାଧିକାରୀଙ୍କ ସ୍କ୍ୱାଡ଼ ୩ଟି ଏବଂ ସ୍ଵତନ୍ତ୍ର ସ୍କ୍ୱାଡ଼ ୭ଟି କେନ୍ଦ୍ର ପରିଦର୍ଶନ କରିଥିଲେ। ଚଳିତବର୍ଷ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ପନ୍ନ କ୍ୟାମେରା ପରୀକ୍ଷାର୍ଥୀମାନଙ୍କ ସବୁ ପ୍ରକାର ଗତିବିଧି ଉପରେ ନଜର ରଖୁଛି। ପରୀକ୍ଷା କେନ୍ଦ୍ରରେ ସମସ୍ତ ଗତିବିଧି ଖବର ବୋର୍ଡ କର୍ତ୍ତୃପକ୍ଷଙ୍କୁ ପହଞ୍ଚାଉଛି।ବିଜ୍ଞାନ ପରୀକ୍ଷାରେ ୭ ଜଣ ପରୀକ୍ଷାର୍ଥୀ କପି କରୁଥିବା ନେଇ AIର ସୂଚନା ପରେ ଭିନ୍ନ ଭିନ୍ନ ପରୀକ୍ଷାକେନ୍ଦ୍ର କର୍ତ୍ତୃପକ୍ଷ ଏଭଳି ଛାତ୍ରଛାତ୍ରୀଙ୍କୁ କପି କରୁଥିବା ଅଭିଯୋଗରେ ବୁକ୍ କରିଛନ୍ତି।