ସଂଚାର ବ୍ୟୁରୋ: ବାଇକ୍ ଦୁର୍ଘଟଣାରେ ଦୁଇ ମୃତ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ରାଜନଗର ଠାରେ ଦୁର୍ଘଟଣା । ରାସ୍ତା ଉପରେ ବୁଲା ଗୋରୁ ଯୋଗୁଁ ଘଟିଛି ଅଘଟଣ । ଦୁଇଜଣ ଯୁବକ ଉଲୁଣ୍ଡା ପଟୁ ବାଇକ୍ ଯୋଗେ ସମ୍ବଲପୁରକୁ ଯାଉଥିବା ବେଳେ ରାସ୍ତା ଉପରେ ଏକ ଗାଈ ଦୌଡ଼ି ଆସିଥିଲା । ଫଳରେ ଗାଈକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ ଦୁଇ ଯୁବକ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଉଲୁଣ୍ଡା ଡାକ୍ତରଖାନାକୁ ନେଇଥିଲେ । ତେବେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଯୁବକ ଦ୍ବୟ ବେହେରାମାଲ୍ ଗାଁ ର ବିର୍ସା ହର ଓ କପାଶିରା ଗାଁ ର ଶ୍ରୀକାନ୍ତ ଲାକ୍ରା । ଉଭୟ ମର ଶରୀରକୁ ଉଲୁଣ୍ଡା ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।