ସଂଚାର ବ୍ୟୁରୋ: ଶୋଇଥିବା ବେଳେ ଯୁବକଙ୍କୁ ଏସିଡ ମାଡ଼ । ଗୁରୁତର ଯୁବକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ଜଗବନ୍ଧୁ । ସେ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ମୁହଁରେ ଏସିଡ ପକାଇଥିବା ଅଭିଯୋଗ କରିଛନ୍ତି । ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇଁ ନାୟିକାଣ ଢ଼ୀହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏସିଡମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ପୂର୍ବ ଶତ୍ରୁତାରୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଜଗବନ୍ଧୁ ଏକ ଟେଣ୍ଡ କରି ନିଜର ପରିବାର ପ୍ରତିପୋଷଣ କରି ଆସୁଅଛି।ଏହା ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କ ଟେଣ୍ଡରେ ନିଆଁ ଲଗାଇ ଦେଇଥିବା କଥା ପରିବାର ଲୋକ କହିଛନ୍ତି । ଏବେ ପୁଣି ଦୁର୍ବୁତ୍ତମାନେ ଜଗବନ୍ଧୁ ଉପରେ ଏସିଡ ପକାଇ ଦେଇଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।