ସଂଚାର ବ୍ୟୁରୋ: ଭୋର ୪ଟା ୩୦ରେ ଆଖଣ୍ଡଳମଣିଙ୍କ ମନ୍ଦିରଚୂଡ଼ାକୁ ଉଠିଲା ମହାଦୀପ । ପବିତ୍ର ଜାଗରଯାତ୍ରା ପାଇଁ ଭକ୍ତମୟ ହୋଇ ଉଠିଥିଲା ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ରୀତିନୀତି ଅନୁଯାୟୀ ଗତକାଲି ଭୋର ୪ଟାରେ ପହଡ଼ ଖୋଲିବା ପରେ ମଙ୍ଗଳ ଆଳତି ଓ ସକାଳ ନୀତିକାନ୍ତି ସନ୍ଧ୍ୟା ୬ଟା ସୁଧା ସରିବା ପରେ ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ଏପରି ଚାରି ପ୍ରହର ଘର୍ଷଣ, ରୁଦ୍ରାଭିଷେକ ଓ ଜଳାଭିଷେକ ନୀତି ରାତ୍ର ୧୨ଟାରେ ସମ୍ପନ୍ନ ହୋଇଥିଲା । ଏହାପରେ ରତ୍ନଭଣ୍ଡାର ଘରୁ ସୁନା ଅଳଙ୍କାର ଅଣାଯାଇ ଆଖଣ୍ଡଳମଣିଙ୍କ ସୁନାବେଶ କରାଯାଇଥିଲା। ରାତ୍ର ୩ଟାରେ ସୁନାବେଶକୁ ସର୍ବସାଧାରଣ ଦର୍ଶନ କରିବା ପରେ ଷୋଡ଼ଶ ଉପଚାର ପୂଜାରେ ମହାଦୀପ ପ୍ରତିଷ୍ଠା ଓ ଅଗ୍ନି ସଂଯୋଗ କରାଯାଇ ୪ଟା ୩୫ ମିନିଟରେ ବିଶ୍ଵକଲ୍ୟାଣ ଉଦ୍ଦେଶ୍ୟରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିଥିଲା।