ସଂଚାର ବ୍ୟୁରୋ: ରାତି ପାହିଲେ ଜାଗର । ସେଥିପାଇଁ ଭୁବନେଶ୍ବରର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜାଗର ଅବସରରେ ଭୋର ୩ ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟିବା ସହ ମଙ୍ଗଳା ଆଳତି ହେବ । ସାହାଣ ମେଳା ଦର୍ଶନ ଦିନ ୧୧ ଟା ଯାଏ ଚାଲିବ । ୧୧ ଟା ରୁ ୧୨ ଟା ଯାଏ ଛାମୁ ପରିଷ୍କାର ହୋଇ ଲିଙ୍ଗରାଜଙ୍କ ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ଭୋଗମଣ୍ଡପ ହୋଇ ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିବ । ଏଥିସହିତ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବ ବୋଲି କୁହାଯାଇଛି । ପବିତ୍ର ମହାଶିବରାତ୍ରି ଅବସରରେ ଲିଙ୍ଗରାଜ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିର ବାହାରେ ବ୍ୟାରିକେଡ ସହ ଦୀପ ଜାଳିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହିତ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ତଥା ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।