ସଂଚାର ବ୍ୟୁରୋ: ଚୋରି କରିବାକୁ ଆସି କୂଅରେ ପଡିଲା ଚୋର।ରାତି ସାରା କୂଅ ଭିତରେ ଥିବା ଚେlରକୁ ଆଜି ସକାଳୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଅଗ୍ନିଶମ ବିଭାଗ ସହାୟତାରେ କୂଅ ଭିତରୁ ବାହାରିଲା ଅଭିଯୁକ୍ତ ଚୋର।କେନ୍ଦୁଝର ଚମ୍ପୁଆ ବ୍ଲକ ବାରିଆ ଥାନା ଅନ୍ତର୍ଗତ ଝାଲିଆବେଡା ଗାଁରେ ଗତ ରାତିରେ ଚେlରି କରିବାକୁ ଆସି କୂଅରେ ଗଳି ପଡିଥିଲା l କୂଅ ନିକଟରେ ଏକ ବାଇକ ଥିବା ବେଳେ ବାଇକରେ ଏକ ବ୍ୟାଗରେ ପଘା, ଦଉଡି ଆଦି ଥିବାରୁ ଚେlରି କରିବାକୁ ଆସିଥିବାବେଳେ ସେ କୂଅରେ ପଡିଯାଇଥିଲା l ଏ ନେଇ ଗ୍ରାମବାସୀ ବାରିଆ ପେlଲିସକୁ ସୂଚନା ଦେଇଛନ୍ତିl ପେlଲିସ ଘଟଣା ସ୍ଥଳରେ ପହଂଚି ତାକୁ ଥାନାକୁ ନେଇ ପଚରା ଉଚରା କରୁଛି lଯୁବକ ଜଣକ ମୟୁରଭଞ୍ଜ ଜିଲ୍ଲା ହାଟବାଦଡା ଦେଓଗାଁର ଅରୁଣ ମହାନ୍ତ ବେlଲି ଜଣାପଡିଛି lପେlଲିସ ନିକଟରେ ଛେଳି ଚେlରି କରିବାକୁ ଆସିଥିବା ସ୍ଵୀକାର କରିଛି ଅଭିଯୁକ୍ତ।…ତେବେ ଚୋରି କରିବାକୁ ଆସିଥିବା ବ୍ୟକ୍ତିଙ୍କୁ ମାନବିକତା ଦେଖାଇଛନ୍ତି ଗ୍ରାମବାସୀ॥ ତାକୁ କୂଅରୁ ବାହାର କରିବା ସହ ନିଆଁ ଶେକ ଦେଇଥିଲେ। ରାତିସାରା ପାଣିରେ ରହିଥିବାରୁ ଅଭିଯୁକ୍ତ ଜଣକ ଅସୁସ୍ଥ ହୋଇ ପଡିଥିଲେ।