ପ୍ରେମିକା ସହ ପରିବାର ୫ ଜଣଙ୍କୁ ବୀଭତ୍ସ ହତ୍ୟା । ହତ୍ୟାକାଣ୍ଡ ଘଟାଇବା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । କେରଳ ଥିରୁଅନନ୍ତପୁରମରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ହୋଇଛି । ପ୍ରେମିକା ସମେତ ନିଜ ମା, ଜେଜେମାଆ, ଭାଇ, ଦାଦା ଓ ଖୁଡ଼ିଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । ହାତୁଡ଼ିରେ ପିଟି ଧାରୁଆ ଅସ୍ତ୍ରରେ ହାଣି ୫ ଜଣଙ୍କୁ ହତ୍ୟା କରିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଯୁବକଙ୍କ ମାଆଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି ।
କେରଳ ଥିରୁଅନନ୍ତପୁରମ ବେଞ୍ଜାରମୁଡୁରେ ଏପରି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟାଇଛନ୍ତି ଜଣେ ୨୩ ବର୍ଷୀୟ ଯୁବକ । ମାତ୍ର ୨ ଘଣ୍ଟାରେ ୫ ଜଣଙ୍କୁ ହତ୍ୟା କରିଛି । ହାତୁଡ଼ିରେ ପିଟି ଧାରୁଆ ଅସ୍ତ୍ରରେ ହାଣି ୫ ଜଣଙ୍କୁ ହତ୍ୟା କରିଛି । ଋଣ ସୁଝି ନପାରିବାରୁ ପୁରା ପରିବାରକୁ ହତ୍ୟା କରିଥିବା କୁହାଯାଉଛି । ପ୍ରେମିକ ସମେତ ନିଜ ମାଆ, ବୁଢିମା, ନାବାଳକ ଭାଇ, ଦାଦା ଓ ଖୁଡିଙ୍କୁ ହାମର ଓ ଚାପଡରେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରିଛନ୍ତି ଅଫାନ । ଏହାପରେ ଅଟୋରେ ଥାନାକୁ ଯାଇ ଆତ୍ମସମର୍ପଣ କରିଛନ୍ତି । ଏହି ସମୟରେ ନିଜେ ବିଷ ଖାଇଥିବା ପୋଲିସକୁ ମଧ୍ୟ ଜଣାଇଛି ।
ମୃତକଙ୍କ ମଧ୍ୟରେ ଅଛନ୍ତି ଅଫାନଙ୍କ ୧୩ ବର୍ଷୀୟ ଭାଇ ଅହସାନ, ଜେଜେମାଆ ସଲମା ବିବି, ଦାଦା ଲତିଫ, ଖୁଡି ସାହିହା ଓ ପ୍ରେମିକା ଫର୍ସାନା । ୬ ଜଣଙ୍କୁ ହତ୍ୟା କରିବା ସହ ସେ ବିଷ ପିଇଥିବା ପୋଲିସକୁ କହିଛନ୍ତି । ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କଣ ପାଇଁ ଅଫାନ ଏପରି ଚରମ ନିଷ୍ପତ୍ତି ନେଲା କାରଣ ସ୍ପଷ୍ଟ ହୋଇନି । ସେପଟେ ହତ୍ୟା କରିବା ପରେ ନିଜେ ବିଷ ପିଇଥିବା ପୋଲିସକୁ କହିଛି ଅଭିଯୁକ୍ତ ।
ଘଟଣାର ଯାଞ୍ଚ ପାଇଁ ଡିସିପିଙ୍କ ନେତୃତ୍ବରେ ଏକ ଟିମ ମାମଲାର ଯାଞ୍ଚ କରୁଛି । ଅଭିଯୁକ୍ତର ଘର ଖୋଜା ଚାଲିଛି । ଏଠାରେ ପରିଜନଙ୍କ ମୃତଦେହ ଜବତ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।