ହାରିଲା ବାଂଲାଦେଶ, ବିଦା ହେଲା ପାକିସ୍ତାନ । ଚାମ୍ପିୟନ୍ସ ଟ୍ରଫିରୁ ବିଧିବଦ୍ଧ ଭାବେ ବିଦା ହେଲା ଆୟୋଜକ ପାକିସ୍ତାନ । ନ୍ୟୁଜିଲାଣ୍ଡ ଠାରୁ ପରାଜୟ ସହ ବାଂଲାଦେଶ ମଧ୍ୟ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ ରେସରୁ ଆଉଟ ହୋଇଛି । ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନକୁ ଚାମ୍ପିୟନ୍ସ ଟ୍ରଫିରେ ତିଷ୍ଠି ରହିବାକୁ ଅନ୍ୟ ଟିମର ଫଳାଫଳ ଉପରେ ନିର୍ଭର କରୁଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ଠାରୁ ବାଂଲାଦେଶ ପରାଜିତ ହେବ ପାକିସ୍ତାନର ଆଶାକୁ ଧୂଳିସାତ କରିଛି । ବାଂଲାଦେଶ ବିପକ୍ଷ ଶେଷ ମ୍ୟାଚ୍ ପାକିସ୍ତାନ ପାଇଁ କେବଳ ଔପଚାରିକତା ପାଲଟିଛି ।