ଭୁବନେଶ୍ୱରରେ ଏଫଆଇଏଚ ପ୍ରୋଲିଗରେ ଭାରତୀୟ ମହିଳା ହକି ଦଳ ପରାସ୍ତ । ନେଦରଲାଣ୍ଡ ବିପକ୍ଷରେ ୪-୨ ଗୋଲରେ ହାରିଲା ଭାରତ । ଏକଦା ମ୍ୟାଚ ୨-୧ ସ୍ଥିତିରେ ଥିବା ବେଳେ ଏକାଧିକ ସୁଯୋଗ ଭାରତ ହାତଛଡ଼ା କରିବା ସହ ମ୍ୟାଚ ଜିତିବାରୁ ବଞ୍ଚିତ ହୋଇଛି । ଭାରତ ପକ୍ଷରୁ ଗୋଲ କିପର ସବିତା ପୁନିଆ ଆଜିର ମ୍ୟାଚରେ ୩ଶହ ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଏକ ସ୍ପେଶାଲ ଜର୍ସି ଉପହାର ଦିଆଯାଇଛି । ୧୭ ବର୍ଷର ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଥିବା କହିଛନ୍ତି ସବିତା ।