ଅଙ୍ଗନବାଡ଼ି ଘରୁ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଜଣେ ଗିରଫ । ପାଲଲହଡା ଥାନା ଅଞ୍ଚଳରେ ଘଟିଥିଲା ଏହି ହତ୍ୟାକାଣ୍ଡ । ମାଲାରେ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥି ପ୍ରେସମିଟରେ ସୂଚନା ଦେଇଛି ପୋଲିସ I ଗତ ୨୧ ତାରିଖ ସନ୍ଧ୍ୟାରେ ନନ୍ଦିନୀପାଲି ଅର୍ଦ୍ଧ ନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଭିତରୁ ମିଳିଥିଲା କ୍ଷତବିକ୍ଷତ ମୃତଦେହ । ମୃତ ମହିଳାଙ୍କ ସ୍ଵାମୀଙ୍କ ଏତଲା ଆଧାରରେ ଅଜୟ ନାୟକ ଏବଂ ଗଉ ମହାକୁଳଙ୍କୁ ଅଟକ ରଖି ପାଲଲହଡା ପୋଲିସ ତଦନ୍ତ ଜାରି ରଖିଥିଲା । 22 ତାରିଖ ଶନିବାର ଅନୁଗୁଳ ଅତିରିକ୍ତ ଆରକ୍ଷୀ ଅଧିକାରୀ ଅନିଲ କୁମାର ବେଉରାଙ୍କ ନେତୃତ୍ୱରେ ପୋଲିସର ଏକ ଟିମ, ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ଘଟଣା ତଦନ୍ତ କରିଥିଲେ । ତଦନ୍ତ ବେଳେ ଅଜୁ ନାୟକ ହିଁ ପ୍ରକୃତ ହତ୍ୟାକାରୀ ବୋଲି ଜାଣିବାକୁ ପାଇଥିଲା ପୋଲିସ । ଗତ ଗୁରୁବାର ମୃତ ମହିଳା ଚାଉଳ ଆଣିବାକୁ ଯାଇ ଥିବାବେଳେ ଅଭିଯୁକ୍ତ ଅଜୁ ନାୟକ ସହ ଦେଖା ହୋଇଥିଲା । ମହିଳାଙ୍କୁ ଗାଁ ମୁଣ୍ଡରେ ଥିବା ଅର୍ଦ୍ଧନିର୍ମିତ ଅଙ୍ଗନବାଡି ଘରକୁ ନେଇ ଧର୍ଷଣ କରିଥିଲା ଅଜୁ । ମହିଳା ଜଣକ ଏହି ଘଟଣା ନିଜ ସ୍ୱାମୀ ଙ୍କୁ କହିଦେବ କହିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଅଜୁ ଏକ ପଥର ସାହାଯ୍ୟରେ ରମ୍ଭାକୁ ହତ୍ୟା କରିଥିଲା । ପୋଲିସ ଅଜୟ ନାୟକକୁ ଗିରଫ କରି କୋର୍ଟଚାଲାଣ କରିଛି । ଘଟଣା ସ୍ଥଳରୁ ମିଳିଥିବା ପ୍ରମାଣ ଏବଂ ଅନ୍ୟାନ୍ୟ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରହିଛି ।