Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସୋଆ ଭେଟେରିନାରୀ କଲେଜ ପକ୍ଷରୁ ‘ଭେଟ୍ରିକ୍ସ ୨.୦ – ୨୦୨୫’ଉଦ୍‌ଘାଟିତ

Sanchar Live by Sanchar Live
February 21, 2025
in ଓଡିଶା
0
ସୋଆ ଭେଟେରିନାରୀ କଲେଜ ପକ୍ଷରୁ ‘ଭେଟ୍ରିକ୍ସ ୨.୦ – ୨୦୨୫’ଉଦ୍‌ଘାଟିତ
0
SHARES
6
VIEWS
FacebookTwitter

ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ପକ୍ଷରୁ କ୍ୟାମ୍ପସ୍ -୪ ଅଡିଟୋରିୟମ୍ ପରିସରରେ ଶୁକ୍ରବାର ଦିନ ‘ଭେଟ୍ରିକ୍ସ ୨.୦ – ୨୦୨୫’ ଉଦ୍‌ଘାଟିତ ହୋଇଛି।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ପ୍ରାଣୀଚିକିତ୍ସା ପରିଷଦର ପୂର୍ବତନ ସଭାପତି ଲେଫ୍ଟନାଂଟ ଜେନେରାଲ (ଡକ୍ଟର) ନାରାୟଣ ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଜୀବନର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଆଗାମୀ ଭବିଷ୍ୟତରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ। ଭେଟେରିନାରି ସାଇନ୍ସ କ୍ଷେତ୍ରରେ ବହୁ ନୂତନ ଦିଗ ରହିଛି ଯାହାକୁ ସେମାନେ ନିଜର ସୃଜନଶୀଳତା ଦ୍ୱାରା ଉନ୍ମୋଚନ କରିପାରିବେ ବୋଲି କହିଥିଲେ।
ଜୀବନରେ ସୁଯୋଗ ବାରମ୍ବାର ଆସି ନ ଥାଏ। ତାହାକୁ କେବେ ହେଲେ ହାତ ଛଡ଼ା କରିବା ଉଚିତ ନୁହେଁ।  ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ନିଜ ଭିତରେ ସହାନୁଭୂତି, ଶୃଙ୍ଖଳା ଓ ନେତୃତ୍ୱ ମନୋଭାବ ସୃଷ୍ଟି କରିବା ଜରୁରୀ ଯାହା ସେମାନଙ୍କୁ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚିବା ନିମନ୍ତେ ତଥା ବୃତି କ୍ଷେତ୍ରରେ ସହାୟକ ହେବ ବୋଲି ଡକ୍ଟର ମହାନ୍ତି କହିଥିଲେ।
ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ଶୃଙ୍ଖଳା, ସମୟାନୁବର୍ତିିତା ଓ କଠିନ ପରିଶ୍ରମ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଖରେ ରହିବା ଆବଶ୍ୟକ। ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ନେଇ ସୋଆ ଦ୍ୱାରା ମଣିଷ ମାନଙ୍କର ଚିକିତ୍ସା ପାଇଁ ୨ଟି ମେଡିକାଲ କଲେଜ ଏବଂ ୨ଟି ହସ୍ପିଟାଲ ସ୍ଥାପନ ହୋଇଥିବା ବେଳେ ପ୍ରାଣୀମାନଙ୍କର ଚିକିତ୍ସା ପାଇଁ ସୋଆ ପକ୍ଷରୁ ଆଉ ଗୋଟିଏ ଅନୁଷ୍ଠାନ ସ୍ଥାପିତ ହୋଇଛି।
ସୋଆ ଦେଶର ୧୪ତମ ଶ୍ରେଷ୍ଠ  ବିଶ୍ୱବିଦ୍ୟାଳୟ ଭାବେ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ୍ (ଏନ୍‌ଆଇଆର୍‌ଏଫ୍‌) ୨୦୨୪ ର‌୍ୟାଙ୍କିଙ୍ଗସ୍‌ରେ ମନୋନୀତ ହୋଇଛି ବୋଲି ପ୍ରଫେସର ନନ୍ଦ କହିଥିଲେ। ଏଥି ସହିତ ଟାଇମ୍‌ସ ହାୟାର ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ରିପୁଟେସନ୍ ର‌୍ୟାଙ୍କିଙ୍ଗସ୍ ୨୦୨୫ ତାଲିକାରେ ଦେଶର ଶ୍ରେଷ୍ଠ  ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ନିଜକୁ ସ୍ଥାନିତ କରିପାରିଛି। ତେଣୁ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜକୁ ସଦାସର୍ବଦା ଗୌରବାନ୍ୱିତ ମନେ କରିବା ଆବଶ୍ୟକ ବୋଲି ପ୍ରଫେସର ନନ୍ଦ କହିଥିଲେ।
ସମ୍ମାନିତ ଅତିଥି ଭାବେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗ ଦେଇ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣକୁ ଗୁରୁତ୍ୱ ଦେଇ ନିଜର ଭବିଷ୍ୟତ ଗଢିବା ଦରକାର। ଶୃଙ୍ଖଳା, ସମୟାନୁବର୍ତିତା ଓ ନିଜ ଭିତରେ ସମର୍ପିତ ମନୋଭାବ ରଖି ଅଧ୍ୟୟନ ଓ କାର୍ଯ୍ୟ କଲେ ଦେଶ ବିକଶିତ ହେବ ବୋଲି ସେ କହିଥିଲେ।
ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର (ଡକ୍ଟର) ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷାନୁଷ୍ଠାନର ଆନାଟୋମି ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ସନ୍ତୋଷ କୁମାର ସାହୁ ବାର୍ଷିକ ରିପୋର୍ଟ ପ୍ରଦାନ କରିବା ସହ ଶିକ୍ଷା ଗ୍ରହଣ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।
ଏହି ଅବସରରେ ଆଇଭିଏସ୍‌ଏଏଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ର୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ଆଇଭିଏସ୍‌ଏଏଚ୍‌ର ସିନିୟର ପ୍ରଫେସର (ଡାକ୍ତର) ନବକୃଷ୍ଣ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ।

Tags: cmo odishaodishasoa university
ShareTweetShareSend
Sanchar Live

Sanchar Live

Next Post
ଏହି ସବୁ ଲକ୍ଷଣକୁ କରନ୍ତୁନି ଅଣଦେଖା; ହୋଇପାରେ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ

ଏହି ସବୁ ଲକ୍ଷଣକୁ କରନ୍ତୁନି ଅଣଦେଖା; ହୋଇପାରେ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.