ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ଦୁର୍ଘଟଣା ହୋଇଛି । ସୌଭାଗ୍ୟବସତଃ ସୌରଭଙ୍କର କିଛି କ୍ଷତି ହୋଇନାହିଁ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦାଦା । ଏକ ବିଶ୍ବ ବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ବେଳେ କାର୍ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି ।
ଅଳ୍ପକେ ବର୍ତ୍ତିଗଲେ ଦାଦା-ସୌରଭ ଗାଙ୍ଗୁଲି ବର୍ଦ୍ଧମାନର ଏକ ବିଶ୍ବ ବିଦ୍ୟାଳୟରେ ସାମିଲ ହେବାକୁ ଯାଉଥିଲେ । ଏହି ସମୟରେ ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସୌରଭଙ୍କ କାରକୁ ଧକ୍କା ଦେଇଥିଲା । ସୌଭାଗ୍ୟବସତଃ ଗାଙ୍ଗୁଲିଙ୍କର କିଛି କ୍ଷତି ହୋଇନାହିଁ । ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ତାଙ୍କ କାର୍ ଡ୍ରାଇଭର ନିୟନ୍ତ୍ରଣ ରଖି ବ୍ରେକ୍ ମାରି ଥିଲେ । ଏହା ପରେ ପଛକୁ ପଛ ଥିବା ଗାଡି ଗାଙ୍ଗୁଲିଙ୍କର କାର୍ ସହ ପିଟି ହୋଇଯାଇଥିଲା । ଯଦିଓ ଦୁର୍ଘଟଣାରେ ଗାଙ୍ଗୁଲିଙ୍କର କିଛି ହୋଇନାହିଁ ମାତ୍ର ତାଙ୍କ କାରର କ୍ଷତି ହୋଇଥିବା ସୂଚନା ମିଳିଛି । ସୌରଭଙ୍କର ଡ୍ରାଇଭରଙ୍କର କୌଣସି କ୍ଷତି ହୋଇନାହିଁ।