ଦେଶର ସମ୍ବିଧାନ ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇଛି। ସମ୍ବିଧାନ ହେଉଛି ସାରା ଦେଶର ଜନତାଙ୍କ ସ୍ବର। ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହରୁଙ୍କ ଯୋଗୁ ସମ୍ବିଧାନ ତିଆରି ହୋଇଛି। ମାତ୍ର ସରକାରରେ ଯିଏ ବସୁଛନ୍ତି ସେମାନେ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଉତ୍ତରପ୍ରଦେଶ ରାଏବରେଲୀରେ ରାଣା ବେଣୀମାଧବ ସିଂଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି- ସମ୍ବିଧାନ ବଞ୍ଚାଇବାରେ ଗଣମାଧ୍ଯମର ରହିଛି ପ୍ରମୁଖ ଭୂମିକା। ବିମାନବନ୍ଦର, ବନ୍ଦର, ରେଳୱେ ଆଦି ସମସ୍ତକୁ ବିକ୍ରି କରିଦିଆଯାଉଛି। ଏହା ବିରୋଧରେ କଂଗ୍ରେସ ଲଢୁଛି। ଦେଶର ଏକତା ଲାଗି ଭାରତ ଯୋଡ ଯାତ୍ରା ଚାଲିଥିଲା। ହିଂସା, ଦ୍ବେଷ ବିରୋଧରେ ଏହି ଯାତ୍ରା ହୋଇଥିଲା। ବର୍ତ୍ତମାନ ଧର୍ମ-ଧର୍ମ, ଜାତି-ଜାତି, ଭାଷା-ଭାଷା ବିରୋଧରେ ଲଢେଇ କରାଯାଉଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର। ଯୁବବର୍ଗଙ୍କୁ ନିଯୁକ୍ତି ମିଳୁନାହିଁ ବୋଲି ସେ କହିଛନ୍ତି।