Monday, December 1, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ଥମିବାର ନାଁ ଧରୁନି ଫଡନାଭିସ ଓ ସିନ୍ଦେଙ୍କ ମଧ୍ୟରେ ଶୀତଳ ଯୁଦ୍ଧ

Sanchar Live by Sanchar Live
February 19, 2025
in ରାଜନୀତି
0
ଥମିବାର ନାଁ ଧରୁନି ଫଡନାଭିସ ଓ ସିନ୍ଦେଙ୍କ ମଧ୍ୟରେ ଶୀତଳ ଯୁଦ୍ଧ
0
SHARES
16
VIEWS
FacebookTwitter

ମୁମ୍ବାଇ : ମହାରାଷ୍ଟ୍ରରେ ନବଗଠିତ ବିଜେପି ମେଣ୍ଟ ସରକାରକୁ ତିନି ମାସ ପୂରିନି, କିନ୍ତୁ ଅଂଶୀଦାରମାନଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ବିଶେଷ କରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ଶିବ ସେନା ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଥମିବାର ନାଁ ଧରୁନି। ଗତ ନିର୍ବାଚନ ପରେ ସରକାର ଗଠନରେ ଦୀର୍ଘ ଦିନ ଧରି କେଁ ପୂରାଇଥିବା ସିନ୍ଦେଙ୍କ ଉପରେ ଅଙ୍କୁଶ ଲଗାଇବା ଲାଗି ଫଡନାଭିସ ସବୁ ପ୍ରକାର ଶକ୍ତି ଖଟାଇବା ଆରମ୍ଭ କରିଛନ୍ତି। ପ୍ରଥମେ ସିନ୍ଦେଙ୍କ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ ଦେବାକୁ ମନା କରିଥିବା ଫଡ୍‌ନାଭିସ ଆଜି ସେନାର ୨୦ ଜଣ ବିଧାୟକଙ୍କ ଠାରୁ ୱାଇ-ସୁରକ୍ଷା ବ୍ୟବସ୍ଥା କାଢ଼ି ନେଇଛନ୍ତି। ଏହାକୁ ନେଇ ସିନ୍ଦେ ଭୀଷଣ କ୍ଷୁବ୍‌ଧ ହେବା ସହିତ ତାଙ୍କର ପରବର୍ତ୍ତୀ ରଣନୀତି ସଂପର୍କରେ ନିଜର ସହଯୋଗୀମାନଙ୍କ ସହିତ ବିଚାର ଆଲାଚନା କରୁଛନ୍ତି। ଖୁବଶୀଘ୍ର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଧରଣର ଧମାକା ହୋଇପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ୨୦୨୨େର ଶିବ ସେନାରେ ବିଦ୍ରୋହ କରିଥିବା ସିନ୍ଦେଙ୍କ ନେତୃତ୍ବରେ ୪୪ ଜଣ ବିଧାୟକ ଏବଂ ୧୧ ଲୋକସଭା ସାଂସଦ ବିଜେପିକୁ ସମର୍ଥନ କରିଥିଲେ। ସେମାନଙ୍କୁ ରାଜ୍ୟ ସରକାର ୱାଇ-ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଥିଲେ। ଏବେ ସେମାନଙ୍କ ଠାରୁ ଏହି ସୁରକ୍ଷା ବ୍ୟବସ୍ଥା କାଢ଼ି ନିଆଯାଇଛି। ଏପରିକି ସି॥ନ୍ଦେଙ୍କ ଘନିଷ୍ଠ ସହଯୋଗୀଙ୍କ ଠାରୁ ମଧ୍ୟ ସୁରକ୍ଷା କାଢ଼ି ନିଆଯାଇଛି। ଏହାକୁ ନେଇ ସିନ୍ଦେ କ୍ଷୁବ୍ଧ ହୋଇଥିବା ବେଳେ ଫଡନାଭିସ କିନ୍ତୁ ଏହାକୁ ବିଶେଷ ଗୁରୁତ୍ବ ଦେଉ ନାହାନ୍ତି। ତାଙ୍କ ପକ୍ଷରୁ କୁହାଯାଇଛି ଯେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ଶିବ ସେନା ନୁହେଁ, ବିଜେପି ଏବଂ ଏନସିପି ବିଧାୟକ/ ମନ୍ତ୍ରୀଙ୍କ ଠାରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କାଢ଼ି ନିଆଯାଇଛି। ୨୦୨୨ରେ ବିଦ୍ରୋହ ବେଳେ ସେମାନଙ୍କ ପ୍ରତି ବିପଦ ଥିବାରୁ ସୁରକ୍ଷା ଦିଆଯାଇଥିଲା। ଏବେ କିନ୍ତୁ ସେମାନଙ୍କ ପ୍ରତି ବିପଦ ନଥିବାରୁ ସୁରକ୍ଷା କାଢ଼ି ନିଆଯାଇଛି। କିନ୍ତୁ ସିନ୍ଦେ ଗୋଷ୍ଠୀ ଫଡନାଭିସଙ୍କ ଏହି ଯୁକ୍ତିକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ସେନାର ଜଣେ ନେତା କହିଛନ୍ତି ଯେ କିଛି ହାତ ଗଣତି ବିଜେପି ଓ ଏନ୍‌ସିପି ନେତାଙ୍କ ଠାରୁ ସୁରକ୍ଷା କାଢ଼ି ନିଆଯାଇଛି।

Tags: bjpmaharastrapolitics
ShareTweetShareSend
Sanchar Live

Sanchar Live

Next Post
ଆଜି ବି ଚାଲିପାରିଲାନି ବିଧାନସଭା, ଅପରାହ୍ନ ୪ଟା ଯାଏଁ ମୁଲତବି

ଆଜି ବି ଚାଲିପାରିଲାନି ବିଧାନସଭା, ଅପରାହ୍ନ ୪ଟା ଯାଏଁ ମୁଲତବି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଜିତ ଦାଶ ହେଲେ ‘ସଂଚାର’ର ମୁଖ୍ୟ ସମ୍ପାଦକ
  • ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ
  • ବାସନ୍ଦ ନାଁରେ ଗାଁରୁ ଉଠୁନି ଶବ, ୨୦ ଘଣ୍ଟା ହେଲା…
  • ଦିଲ୍ଲୀରେ ମର୍ସିଡିସ-ବେଞ୍ଜ ଏସୟୁଭି ନେଲା ଜଣକ ଜୀବନ
  • ଦିଲ୍ଲୀ ମହାନଗର ନିଗମର ୧୨ଟି ୱାର୍ଡରେ ଉପନିର୍ବାଚନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.