ଭିଜିଲାନ୍ସ ପଞ୍ଝାରେ ଦେବଗଡ଼ ମହାବିଦ୍ୟାଳୟର ମହିଳା କିରାଣୀ ମଞ୍ଜୁଳା ପ୍ରଧାନ । ଜଣେ ପୂର୍ବତନ ଛାତ୍ରଙ୍କୁ ଯୁକ୍ତ ଦୁଇ ବୋର୍ଡ ସାର୍ଟିଫିକେଟ ନକଲ ପ୍ରଦାନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ମଞ୍ଜୁଳାଙ୍କ କାର୍ଯ୍ୟଳୟ ଓ ବାସଭବନରେ ଭିଜିଲାନ୍ସ ଟିମ ଯାଞ୍ଚ କରୁଛି । ଭିଜିଲାନ୍ସ ଡିଏସପି ଯୋଗେଶ ପଟେଲଙ୍କ ନେତୃତ୍ୱରେ ଚଢ଼ାଉ ଚାଲିଛି ।