ଚାଲିପାରୁନି ବିଧାନସଭା, ପୁଣି ଥରେ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। ଚାଷୀ ପ୍ରସଙ୍ଗରେ ଗୃହକୁ ଅଚଳ କରିଦେଲେ ବିରୋଧୀ। ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କଲେ ବିଜେଡି ସଦସ୍ୟ। ପୁଣି ଥରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି।
ସୂଚନାନୁଯାୟୀ, ଗୁରୁବାର ବିଧାନସଭା ଆରମ୍ଭରୁ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ଚାଷୀଙ୍କ କଟନି ଛଟନୀ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋହାଲ୍ଲା କରିଥିଲେ। ଯାହାଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ମଧ୍ୟାହ୍ନ ୧୨ଟା ଯାଏଁ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଥିଲେ। ଦିନ ୧୨ଟାରେ ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବାର ଥିଲା। ହେଲେ ଏହି ସମୟରେ ବିଜେଡି ସଦସ୍ୟମାନେ ନିଜ ସିଟ୍ରୁ ଉଠି ଆସି ଗୃହର ମଧ୍ୟଭାଗରେ ନାରାବାଜି କରିଥିଲେ। ଯାହାଫଳରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।