ସଂଚାର ବ୍ୟୁରୋ: କର୍ମଚାରୀଙ୍କ ଅବହେଳା ଅଭିଯୋଗ । ଅଢେଇଘଣ୍ଟା ଅନ୍ଧାରରେ ରହିଲା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁନ୍ଦର ଭିତ୍ତିଭୂମି ସହିତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ରହିଅଛି ହେଲେ କିଛି ଅସାଧୁ କର୍ମଚାରୀଙ୍କ ଅବହେଳା ଯୋଗୁଁ ଦିନକୁ ଦିନ ରସାଳଗାମୀ ହେବାରେ ଲାଗିଛି ଏହି ଚିକିତ୍ସାଲୟ। ବିଭିନ୍ନ ସମୟରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ରବିବାର ଏହା ଚରମ ସୀମାରେ ପହଞ୍ଚି ଯାଇଥିଲା।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଢେଇ ଘଣ୍ଟା ଧରି ଅନ୍ଧାରି ସେବା ଚାଲିଥିଲା। ରବିବାର ଅପରାହ୍ନରେ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯୋଗାଇ ଦିଆଯାଇଥିବା ବିଦ୍ୟୁତ ସରବାହ ବନ୍ଧ ରହିଥିଲା ଏମିତିରେ ତାର ଅଭାବ ପୂରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଜେନେରେଟର ମଧ୍ୟ ଅଚଳ ହୋଇଯାଇଥିବାରୁ ଦୀର୍ଘ ଅଢେଇ ଘଣ୍ଟା ଧରି ବିଦ୍ୟୁତ ସେବା ପାଇଁବାରୁ ବଞ୍ଚିତ ହୋଇଥିଲେ ରୋଗୀ ଏପରିକି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ଏକ୍ସ ରେ, ଅଲ୍ଟ୍ରାସାଉଣ୍ଡ, ଡାଇଲେସିସ ଭଳିଆ ସେବା ପାଇବାରୁ ରୋଗୀ ବଞ୍ଚିତ ରହିଥିଲେ। ବ୍ୟାହତ ହେବା ଯୋଗୁ ଏକ୍ସରେ, ଡାୟଲାସିସ୍, ଅଲଟ୍ରାସାଉଣ୍ଡ୍ ୟୁନିଟ୍ ମଧ୍ୟ ବନ୍ଦ ହୋଇଯାଇଛି। କେବଳ ଡାକ୍ତରଙ୍କ ଚ୍ୟାମ୍ବରଗୁଡ଼ିକ ଇନଭର୍ଟର୍ ଦ୍ୱାରା ଆଲୋକିତ ଅଛି।