ଆଜି ପୁଣି ଖସିଲା ମାର୍କେଟ । ସେନସେକ୍ସ ପ୍ରାୟ ହଜାରେ ପଏଣ୍ଟ ଓ ନିଫଟି ୩ ଶହ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଟାରିଫ୍ ୱାର୍ ଘୋଷଣା ପରେ ସାରା ବିଶ୍ଵରେ ଯେଉଁ ହଲଚଲ୍ ଦେଖା ଦେଇଛି, ସେଥିପାଇଁ ମାର୍କେଟରେ ଅସ୍ଥିରତା ସୃଷ୍ଟି ହୋଇଛି। କିଛି ଦିନ ତଳେ ଟ୍ରମ୍ପ ଘୋଷଣା କରିଥିଲେ ଯେ, ଇସ୍ପାତ ଶିଳ୍ପ ଉପରେ ସେ ଚଢ଼ା ଟ୍ଯାକ୍ସ ଲଗାଇବେ। ଏଥିରେ ଭାରତ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଅଛି। ବିଭିନ୍ନ ଦେଶ ଉପରେ ଅନେକ ଟ୍ଯାକ୍ସ ଲଗାଇବାକୁ ଟ୍ରମ୍ପ କହିଛନ୍ତି, ଏହାର ପ୍ରଭାବ ଭାରତର ମାର୍କେଟରେ ବି ପଡ଼ିଛି। ସେହିପରି ଭାରତରୁ ବିଦେଶୀ ନିବେଶକମାନେ FII କାଢ଼ି ନେଉଛନ୍ତି। ସେହିପରି ଅଟୋ, ଫାର୍ମା ଓ ରିଏଲ ଇଷ୍ଟେଟ ସେକ୍ଟରର ସ୍ଥିତି ଭଲ ନାହିଁ। ଏସବୁର ପ୍ରଭାରେ ଆଜି ମାର୍କେଟ ଖସିଛି।