Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ପରୀକ୍ଷା ପୂର୍ବରୁ ପିଲାଙ୍କ ମନୋବଳ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

Sanchar Live by Sanchar Live
February 10, 2025
in ଓଡିଶା
0
0
SHARES
8
VIEWS
Facebook
Twitter

ଭୁବନେଶ୍ୱର : ପରୀକ୍ଷା ସମୟ ପ୍ରାୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ । ପରୀକ୍ଷା ପୂର୍ବରୁ ଅଳ୍ପ ଚାପ ଭଲ, କିନ୍ତୁ ଅଧିକ ଚାପଗ୍ରସ୍ତ ନହୋଇ ଶିକ୍ଷକମାନଙ୍କ ପରାମର୍ଶ ମାନି ସମୟର ସଠିକ ଉପଯୋଗ କରି ଓ ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି, ଭୁବନେଶ୍ୱରସ୍ଥ ୟୁନିଟ‌-୧ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହୋଇଥିବା “ପରୀକ୍ଷା ପେ ଚର୍ଚ୍ଚା ୨୦୨୫” କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତି।

ଏହି ଅବସରରେ ‘ପରୀକ୍ଷା ପେ’ ଚର୍ଚ୍ଚା’-୨୦୨୫ର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଏହି ମତ ବିନିମୟ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ପ୍ରସ୍ତୁତ ଭିଡିଓଟି ୟୁନିଟ‌-୧ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପରିବେଷଣ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Related posts

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ

November 7, 2026
ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

November 7, 2026

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସହିତ ଧୈର୍ଯ୍ୟ, ସିଦ୍ଧାନ୍ତ ଓ ଦୃଢ ବିଶ୍ୱାସର ସହ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ଏବଂ ଚାପମୁକ୍ତ ରହି ପରୀକ୍ଷା ଦେବା ସହ ସଫଳତା ହାସଲ କରିବା ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ସମ୍ପର୍କରେ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଜୀବନ ପ୍ରତି ଏକ ଆନନ୍ଦର ମନୋଭାବକୁ ପ୍ରୋତ୍ସାହିତ କରେ । ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ସମୟ ଠାରୁ ପରୀକ୍ଷା ପୂର୍ବ ସମୟକୁ ଭଲ ଭାବେ ଉପଯୋଗ କରିବା ସହିତ ନିଜକୁ ମାନସିକସ୍ତରରେ ଦୃଢ ରଖି ଏବଂ ପରୀକ୍ଷା ସମୟରେ ଷ୍ଟ୍ରେସରେ ନଆସି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କଥା ମାନି ଏକାଗ୍ର ଚିତ୍ତରେ ପଢିବା ଉଚିତ। ପରୀକ୍ଷା ପ୍ରତି କେବେ ହେଲେ ନିଜର ଭୟ ରଖିବ ନାହିଁ। ଭୟ ଆସିଗଲେ, ମନରୁ ଏକାଗ୍ରତା ଚାଲିଯାଏ। ଏକାଗ୍ରତା ପାଇଁ ଟିକେ ରିଲାକ୍ସ ହେବା ଦରକାର। ଏଣୁ ଅଧିକ ସମୟ ଏକାଗ୍ର ଚିତ୍ତରେ ପାଠ ପଢିବା ପାଇଁ, ପଢା ମଝିରେ ୫/୧୦ ମିନିଟ ପାଇଁ ବିରତି ନେଇ ପୁଣିଥରେ ମନଦେଇ ପଢିବ।

ମୁଣ୍ଡ ଉପରେ ପରୀକ୍ଷା ଆସି ଉପନୀତ ହୋଇ ସାରିଛି । ମୋର ଦୃଢ଼ ବିଶ୍ୱାସ ତୁମମାନଙ୍କୁ ନିଜ ନିଜ ପରିଶ୍ରମର ମୂଲ୍ୟ ନିଶ୍ଚିତ ଭାବରେ ମିଳିବ । ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖିଲେ ଉଦ୍ୟମ ଆଦୌ ବୃଥା ଯିବ ନାହିଁ । ପରୀକ୍ଷା ଫଳ ଉପରେ ଫୋକସ ନକରି ପରୀକ୍ଷା ପ୍ରସ୍ତୁତି ଉପରେ ଅଧିକ ଫୋକସ କରିଲେ ହିଁ ସଫଳତା ମିଳିବ। ପରୀକ୍ଷା ସମୟରେ ଅଲଗା ଚିନ୍ତା ନକରି ଯାହା ପଡିଛି ସେହି ବିଷୟରେ ଧ୍ୟାନ ଦେବା ଉଚିତ । ଯେଉଁ ବିଷୟରେ ପରୀକ୍ଷା ଦେବ, ପରୀକ୍ଷା ପୂର୍ବରୁ ସେହି ବିଷୟର ସାରାଂଶ ନୋଟ କରି ରଖ। ଏହାକୁ ବାରମ୍ବାର ଅଭ୍ୟାସ କରି ପରୀକ୍ଷା ହଲକୁ ଯିବ ଦେଖିବ, ଯାହାଫଳରେ ତୁମେମାନେ ନର୍ଭସ ହେବ ନାହିଁ ବୋଲି ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପାଠପଢା ଓ ଡିଜିଟାଲ ଉପକରଣ ବ୍ୟବହାର ବିଷୟରେ ଆଲୋଚନା କରି ସେ କହିଥିଲେଯେ, ପଢା ସମୟରେ ଡିଜିଟାଲ ଉପକରଣ ଅତ୍ୟନ୍ତ କମ ବ୍ୟବହାର କରିବା ଉଚିତ, ବିଶେଷ କରି ପରୀକ୍ଷା ସମୟରେ ମୋବାଇଲ ଠାରୁ ଦୁରେଇ ରହିବା ଆବଶ୍ୟକ। ପରୀକ୍ଷା ବେଳେ mind divert ନକରି, ଏହା ପୂର୍ବରୁ short points ପ୍ରସ୍ତୁତ କରି, fundamental clear କରି ବାରମ୍ବାର revise କରି ପରୀକ୍ଷା ଦେବାକୁ ଯାଅ। ପାଠ ପଢ଼ିବା ପାଇଁ ଏବଂ ମନେ ରଖିବା ପାଇଁ, ବ୍ରାହ୍ମ ମୁହୂର୍ତ୍ତ ସବୁଠାରୁ ପ୍ରକୃଷ୍ଟ ସମୟ, ଏହି ସମୟରେ ପାଠ ପଢିଲେ ଅତିଶୀଘ୍ର ପାଠ ମନେ ରୁହେ ବୋଲି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି କହିଥିଲେ।

ସେ ପୁଣି କହିଥିଲେଯେ, ଚାପମୁକ୍ତ ହେବାପାଇଁ ଚେଷ୍ଟା କର ଏବଂ ଯାହା ଶିକ୍ଷକ ମାନେ ପଢାଇଛନ୍ତି ତାକୁ ସର୍ବୋତ୍ତମ ମଡେଲ ଭାବେ ଗ୍ରହଣ କରି ପ୍ରସ୍ତୁତ ହୁଅ। ପ୍ରଧାନମନ୍ତ୍ରୀ, ଷ୍ଟ୍ରେସ କମାଇବା ପାଇଁ ଯାହା ଟିପ୍ସ ଦେଇଛନ୍ତି, ଏଠାରୁ ଗଲା ପରେ ଗୋଟି ଗୋଟି କରି ମନେ ପକାଇବ ଓ ତାକୁ କାମରେ ଲଗାଇବ। ମୋର ଦୃଢ଼ ବିଶ୍ୱାସ, ତୁମମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ।କେବଳ ପାଠ ପଢ, ଶିକ୍ଷକ ମାନଙ୍କ ପରାମର୍ଶ ନିଅ। ବାସ୍, ଯାହା ହେବ, ଭଲ ହେବ, ନିଶ୍ଚୟ ଭଲ ହେବ, ଏଥିରେ ସନ୍ଦେହ ନାହିଁ।

ସୂଚନା ଥାଉକି, ଉକ୍ତ କାର୍ଯ୍ୟକ୍ରମରେ ୟୁନିଟ‌-୧ ସରକାରୀ ଉଚ୍ଚ ବିଦ୍ୟାଳୟର ୧୬୮ ଜଣ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ କଥା ହୋଇଥିଲେ, ପରୀକ୍ଷା ପୂର୍ବ ପ୍ରସ୍ତୁତି ବିଷୟରେ ପ୍ରଶ୍ନ ପଚାରିବା ସହିତ ଆଲୋଚନାରେ ଭାଗ ମଧ୍ୟ ନେଇଥିଲେ। ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଲିଜା ନାୟକ, ଶୁଭମ ପାତ୍ର, ଜେ. ମିନାକ୍ଷୀ, ସସ୍ମିତା ସାହୁ, ସଂଜୀବ ଦିଗଲ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ସହିତ ଆଲୋଚନାରେ ଭାଗ ନେଇଥିଲେ। ସହିତ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପ୍ରସ୍ତୁତି କିଟ ବାଣ୍ଟିଥିଲେ।

Tags: educationmohan majhinarendra modi

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳି ଆପଣଙ୍କ ପାଇଁ କେମିତି? ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ରାଶିଫଳ
  • ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ
  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.