ବାରବାଟି ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ବନ୍ଦ ହେବା ଘଟଣା । OCAକୁ କାରଣ ଦର୍ଶାଅ ନୋଟିସ ଜାରି କଲା କ୍ରୀଡ଼ା ବିଭାଗ । OCAର ଅବୈତନିକ ସମ୍ପାଦକ ସଞ୍ଜୟ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍ । କାହିଁକି ମ୍ୟାଚ ମଝିରେ ବିଜୁଳି କାଟ ହେଲା, ସେ ନେଇ ଉତ୍ତର ରଖିବାକୁ ନୋଟିସ ଜାରି କରିଛି କ୍ରୀଡା ବିଭାଗ । କାହିଁକି ମ୍ୟାଚ୍ ମଝିରେ ବିଜୁଳି କାଟ ହେଲା, ସେ ନେଇ ଉତ୍ତର ରଖିବାକୁ ନୋଟିସରେ କୁହାଯାଇଛି । ଏଥି ପାଇଁ ଦାୟୀ କର୍ମଚାରୀ କି ସଂସ୍ଥାଙ୍କ ବିରୋଧରେ ଦଶ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାଧା ପାଇଁ କାରଣ ଦର୍ଶାନ୍ତୁ ବୋଲି OCA କୁ ଚିଠି ଲେଖିଛନ୍ତି କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ। କଟକର ବାରବାଟୀ ଷ୍ଟାଡିୟମରେ ଗତକାଲି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍ ସମୟରେ, ଗୋଟିଏ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯାଇଥିଲା । ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣା ଯୋଗୁଁ ପ୍ରାୟ ୩୦ ମିନିଟ୍ ପାଇଁ ମ୍ୟାଚ୍ ବନ୍ଦ ରହିଥିଲା । ଯାହା ଫଳରେ ଖେଳାଳି ଏବଂ ଦର୍ଶକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ଏହି ବ୍ୟାଘାତର କାରଣ ପାଇଁ ଏକ ବିସ୍ତୃତ ବ୍ୟାଖ୍ୟା ଦାଖଲ କରିବା ଏବଂ ଏପରି ତ୍ରୁଟି ପାଇଁ ଦାୟୀ ବ୍ୟକ୍ତି/ଏଜେନ୍ସିଗୁଡ଼ିକୁ ଚିହ୍ନଟ କରିବାକୁ ଏବଂ ଭବିଷ୍ୟତରେ ସମାନ ଘଟଣା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ରୂପରେଖା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଚିଠି ପାଇବାର ୧୦ ଦିନ ମଧ୍ୟରେ ନିଷ୍କର୍ଷ ଦାଖଲ କରିବାକୁ OCAକୁ ନିର୍ଦ୍ଦେଶ ଦିଆଯାଇଛି।