ପ୍ରଥମ ଦିନରେ ରୋଜ ଡେ, ଦ୍ବିତୀୟ ଦିନରେ ପ୍ରପୋଜ ଡେ ଆଉ ୩ୟ ଦିନରେ ଚକୋଲେଟ ଡେ ପରେ ଆଜି ଅର୍ଥାତ୍ ଚତୁର୍ଥ ଦିନରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଟେଡି ଡେ। ଫେବୃଆରୀ ମାସର ୧୪ ତାରିଖକୁ ଭାଲେଣ୍ଟାଇନ୍ ଡେ ଭାବେ ପାଳନ କରାଯାଉଥିବା ବେଳେ ୧୦ ତାରିଖକୁ ଟେଡି ବିୟର ଡେ ଭାବେ ପାଳନ କରାଯାଏ । ଏହିଦିନ ପ୍ରେମିକମାନେ ନିଜ ପ୍ରେମିକାଙ୍କୁ ଉପହାରରେ ଟେଡି ଦେଇ ସେମାନଙ୍କୁ ନିଜ ଭଲ ପାଇବା ଦର୍ଶାଇଥାନ୍ତି । ଆପଣ ବି ଯଦି କାହାକୁ ପସନ୍ଦ କରୁଛନ୍ତି ଓ ଭାଲେଣ୍ଟାଇନ୍ ସପ୍ତାହରେ ତାଙ୍କୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ସାଥୀଙ୍କ ପ୍ରିୟ ରଙ୍ଗର ଟେଡି ଦିଅନ୍ତୁ।
ପ୍ରତ୍ୟେକ ଝିଅ ଟେଡି ବିୟରକୁ ବହୁତ ଭଲ ପାଆନ୍ତି । ଏହା ସହିତ ସେ ଏହି ଦିନ ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି ଯେ ତାଙ୍କୁ ଭଲ ପାଉଥିବା କେହି ଜଣେ ତାଙ୍କୁ ଏକ ସୁନ୍ଦର ଟେଡି ବିୟର ଉପହାର ଦେବେ। ଯଦି ଆପଣ ଆପଣଙ୍କ ସାଥୀଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବାକୁ ଚାହୁଁଛନ୍ତି ତେବେ ଆପଣ ଟେଡି ସହିତ କିଛି ପ୍ରେମପୂର୍ଣ୍ଣ ବାର୍ତ୍ତା ପଠାଇପାରିବେ।
ପ୍ରେମକୁ ଅନ୍ୟ ସାମ୍ନାରେ ପ୍ରକାଶ କରିବା ପାଇଁ ନିଜର ପ୍ରିୟ ଲୋକଙ୍କୁ ଉପହାର ସ୍ୱରୂପ କିଛି ଦେବାକୁ ପସନ୍ଦ କରନ୍ତି । ଉପହାରର ମାନେ ନୁହେଁ ଯେ ଜଣେ କେବଳ ମହଙ୍ଗା ମହଙ୍ଗା ଉପହାର ଦେବା । କମ ବଜେଟରେ ଜଣେ ନିଜ ସାଙ୍ଗଙ୍କୁ ମନଲୋଭା ଉପହାର ଦେଇପାରିବେ । କମ ବଜେଟ ଉପହାର ତାଲିକାରେ ସାଧରଣତଃ ଫୁଲ, ଚକୋଲେଟ, ଟେଡି ବିୟର ଆଦି ପ୍ରଥମେ ଆସିଥାଏ । ଏମଧ୍ୟରୁ ଝିଅ ମାନଙ୍କୁ ଉପହାରରେ ଟେଡି ବିୟର ବେଶୀ ପସନ୍ଦ ଆସିଥାଏ । କେତେ ଜଣ ନିଜର ସବୁ କାମରେ ନିଜ ପାଖରେ ଟେଡି ବିୟର ରଖିଥାନ୍ତି ।
ଏହି ଦିନ ଟେଡି ଦେଇ ଆପଣ ସେମାନଙ୍କ ପ୍ରତି ଆପଣଙ୍କର କୃତଜ୍ଞତା ପ୍ରକାଶ କରନ୍ତି । ଏହି ଦିନ ସମସ୍ତେ ନିଜ ସାଥୀଙ୍କୁ ଟେଡି ଦେଇ ନିଜ ପ୍ରେମ ପ୍ରକାଶ କରନ୍ତି । ଟେଡି ଡେ ପାଳନ କରିବା ପଛରେ ଉଦ୍ଦେଶ୍ୟ ହେଉଛି ପରସ୍ପରକୁ ସ୍ୱତନ୍ତ୍ର ଅନୁଭବ କରାଇବା । ଏହି ଦିନ ସମସ୍ତେ ନିଜ ସାଥୀଙ୍କୁ ଟେଡି ଉପହାର ଦେଇ କୃତଜ୍ଞତା ପ୍ରକାଶ କରନ୍ତି । ଆପଣଙ୍କ ସାଥୀଙ୍କୁ ଟେଡି ଉପହାର ଦେଇ ପାରିବେ ।