ସଂଚାର ବ୍ୟୁରୋ: ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ। ଆସ୍କା ହିଞ୍ଜିଳିକାଟୁ ମାଣିକନଗର ଠାରେ ଘଟିଛି ଦୁର୍ଘଟଣା। ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ରାଜା ତୋଟା ସାହିର ଅଭିମନ୍ୟୁ ପୃଷ୍ଟି। ନିଜ ଘରୁ ସାଇକେଲରେ ଦୋକାନକୁ ଯାଉଥିବା ସମୟରେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।