ସଂଚାର ବ୍ୟୁରୋ: ଆଇନମନ୍ତ୍ରୀଙ୍କ ବଡ଼ ବୟାନ । ଓଡିଶାରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ। ଓଡ଼ିଶାରେ ବିଭିନ୍ନ କାମ କରୁଥିବା ଶ୍ରମିକ ଓ ବୁଲା ବିକାଳୀଙ୍କ ଉପରେ ସରକାରଙ୍କ ଆଖି । ଖୁବଶୀଘ୍ର ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବେ ସରକାର। ପରିଚୟ ନଥିଲେ ପ୍ରତ୍ୟାବର୍ତ୍ତନ କରବେ ସରକାର ।
ଅନୁପ୍ରବେଶକାରୀ ଗୋଟିଏ ବଡ଼ ଚିନ୍ତା , ଯେଉଁମାନେ ଶରଣାର୍ଥୀ ଭାବରେ ଆସିଛନ୍ତି ସେମାନେ CAA ଅନ୍ତର୍ଭୁକ୍ତ । କିନ୍ତୁ ଯେଉଁମାନେ ବିଭିନ୍ନ ସମୟରେ କେବଳ ଅନୁସରଣ କରିବା ଉଦ୍ଧେଶ୍ୟରେ ଆସିଛନ୍ତି ସେମାନଙ୍କ ମଧ୍ୟରୁ କିଛି ଲୋକ ପଶ୍ଚିମବଙ୍ଗ ଦେଇ ଓ କିଛି ଲୋକ ସିଧାସଳଖ ଡଙ୍ଗାରେ ଆସୁଛନ୍ତି । ବର୍ତ୍ତମାନ କୋଷ୍ଟଗାର୍ଡ , ସୀମା ସୁରକ୍ଷା ବାହିନୀ କଡ଼ା କଡ଼ି ନଜର ରଖିଛନ୍ତି ଏଣୁ ଏବେ ଶେଷବୁ ହେବ ନାହିଁ କିନ୍ତୁ ପଶ୍ଚିମବଙ୍ଗ ଦେଇ ଯେଉଁମାନେ ଓଡିଶା ପ୍ରବେଶ କରିଛନ୍ତି ବିଭିନ୍ନ ସମୟ କାର୍ଯ୍ୟରେ ଲିପ୍ତ ଅଛନ୍ତି ଓଡିଶା ଭିତରେ କାର୍ଯ୍ୟ କରୁଛନ୍ତି । ସରକାର ଏନେଇ ସଜାଗ ଅଛନ୍ତି ଓ ସେମାନଙ୍କର ପରିଚୟପତ୍ର ଚିହ୍ନଟ ଦୃଷ୍ଟିରୁ ଯାହା ଯାହା କରିବା କଥା ବହୁତ ଶୀଘ୍ର କରାଯିବ । ଏବଂ ଯେଉଁମାନଙ୍କର ପରିଚୟ ନାହିଁ ଯେଉଁମାନେ ଭାରତ ର ନାଗରିକ ନୁହନ୍ତି ଏବଂ ଅନୁପ୍ରବେଶ କରି ଆସିଛନ୍ତି ଯେଉଁ ଦେଶ ହୁଅନ୍ତୁ ତାଙ୍କୁ ପ୍ରତ୍ୟାର୍ପଣ କରାଯିବ। ସରକାର ଏନେଇ ସଚେତନ ଅଛନ୍ତି , ବହୁତ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ।
ପୃଥିରାଜ ହରିଚନ୍ଦନ