ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ। ଲୋକଙ୍କ ଅଭିଯୋଗ ତୁରନ୍ତ ସମାଧାନ କର, ନହେଲେ କାର୍ଯ୍ୟାନୁଷ୍ଠାନ। ସିଏମ୍ଓ ପକ୍ଷରୁ ମୁଖ୍ୟ ଶାସନ ସଚିବ, ପୋଲିସ ଏବଂ ଜିଲ୍ଲାପାଳଙ୍କୁ ଜାରି ହେଲା ନର୍ଦ୍ଦେଶ। ଅଭିଯୋଗପତ୍ର ଗୁଡିକର ତ୍ଵରିତ ସମାଧାନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି।
ଦୀର୍ଘ ଦିନ ଧରି ବିଭିନ୍ନ ସ୍ତରରେ ତ୍ଵରିତ ପଦକ୍ଷେପ ନେବାରେ ବିଳମ୍ବ ହେଉଛି। ଯାହାଦ୍ଵାରା ଅଭିଯୋଗକାରୀ ସମାନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଆସୁଛନ୍ତି। ତେଣୁ ଯେଉଁ ଅଧିକାରୀ କାର୍ଯ୍ୟରେ ଅବହେଳା କରୁଛନ୍ତି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ସିଏମ୍ଓ ପକ୍ଷରୁ ସବୁ ବିଭାଗର ସଚିବ, ପୋଲିସ ଏବଂ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।