Monday, December 15, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ ଗଡ଼ବଡ଼ି ବିବାଦ ପ୍ରସଙ୍ଗ : ଭାରତର ନିର୍ବାଚନ କମିଶନ ଓ ମହାରାଷ୍ଟ୍ରର ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ନୋଟିସ

Sanchar Live by Sanchar Live
February 4, 2025
in ଭାରତ
0
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ ଗଡ଼ବଡ଼ି ବିବାଦ ପ୍ରସଙ୍ଗ : ଭାରତର ନିର୍ବାଚନ କମିଶନ ଓ ମହାରାଷ୍ଟ୍ରର ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ନୋଟିସ

Oplus_131072

0
SHARES
29
VIEWS
FacebookTwitter

ଗତ ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ ଗଡ଼ବଡ଼ି ବିବାଦ ପ୍ରସଙ୍ଗ । ଭାରତର ନିର୍ବାଚନ କମିଶନ ଓ ମହାରାଷ୍ଟ୍ରର ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ବମ୍ବେ ହାଇକୋର୍ଟ । ଚେତନ ଆହିରେଙ୍କ ପକ୍ଷରୁ ଦାୟର ଏକ ପିଟିସନର ଶୁଣାଣି କ୍ରମେ ଏହି ନୋଟିସ ଜାରି ହୋଇଛି । ଆହିରେଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ରଖିଥିଲେ ବଞ୍ଚିତ ବହୁଜନ ଅଘାଡି ନେତା ତଥା ବିଶିଷ୍ଟ ଆଡଭୋକେଟ ପ୍ରକାଶ ଆମ୍ବେଦକର ।

ପ୍ରକାଶ ହେଉଛନ୍ତି ଭୀମରାଓ ଆମ୍ବେଦକରଙ୍କ ନାତି । ପ୍ରତି ପୋଲିଂ ଷ୍ଟେସନରେ ପ୍ରତି ଭୋଟରଙ୍କୁ ବଣ୍ଟା ଯାଇଥିବା ଟୋକନ ସଂଖ୍ଯା ଏବଂ ସମଗ୍ର ରାଜ୍ଯରେ ବଣ୍ଟନ କରାଯାଇଥିବା ମୋଟ ଟୋକନ ସଂଖ୍ଯାର ତଥ୍ଯ ପ୍ରଦାନ କରିବାରେ ଇସିଆଇ ଓ ରାଜ୍ଯ ନିର୍ବାଚନ ଅଧିକାରୀ ବିଫଳ ହୋଇଥିବାରୁ ଏହି ନିର୍ବାଚନକୁ ବେଆଇନ ଓ ଅବୈଧ ଘୋଷଣା କରାଯାଉ ବୋଲି ଦାବି କରିଥିଲେ ପ୍ରକାଶ । ଏହା ସହ ୨୦ ନଭେମ୍ବର ୨୦୨୪ ଭୋଟ ଗ୍ରହଣ ଦିନ ସନ୍ଧ୍ୟା ୬ଟା ପରେ କିପରି ବିପୁଳ ସଂଖ୍ଯକ ଭୋଟ ପଡ଼ିଲା ବୋଲି ସେ ପ୍ରଶ୍ନ କରିଥିଲେ ।

ଏହି ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ଏଏସ ଗଡକରୀ ଓ କମଲ ଖତା । ପିଟିସନରେ ଆହୁରି କୁହାଯାଇଥିଲା- ଭୋଟ ଗ୍ରହଣ ଦିନ ଶେଷ ମୁହୂର୍ତ୍ତରେ ଏବଂ ସମୟସୀମା ଅବଧି ଅର୍ଥାତ ସନ୍ଧ୍ୟା ୬ଟା ପରେ ରାଜ୍ଯବ୍ଯାପୀ ପ୍ରାୟ ୭୫ ଲକ୍ଷ ଭୋଟଦାନ ହୋଇଥିଲା । ଏହି ବିପୁଳ ସଂଖ୍ଯକ ଭୋଟର ବାସ୍ତବତା ଯାଞ୍ଚ କରା ନଯିବା ସହ ରେକର୍ଡିଂରେ କୌଣସି ସ୍ବଚ୍ଛତା ରକ୍ଷା କରାଯାଇ ନଥିଲା । ଶେଷ ମୁହୂର୍ତ୍ତରେ ଏତେ ସଂଖ୍ଯକ ଭୋଟ ପଡିଥିବାରୁ ଏହି ନିର୍ବାଚନର ବୈଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି କହିଥିଲେ ଆବେଦନକାରୀ । ଭୋଟ ଗ୍ରହଣର ସମୟ ଅବଧି ଶେଷ ହେବା ପରେ ଭୋଟରଙ୍କୁ ବଣ୍ଟନ କରାଯାଇଥିବା ନମ୍ବରବିହୀନ ଟୋକନ ସମ୍ପର୍କରେ କୌଣସି ତଥ୍ଯ ଦିଆଯାଉନାହିଁ । ନିର୍ବାଚନ କମିଶନଙ୍କ ଓ୍ବେବସାଇଟରେ ବି ଏସମ୍ପର୍କରେ କୌଣସି ତଥ୍ଯ ଉପଲବ୍ଧ ହୋଇନାହିଁ ।

ପିଟିସନରେ ଆହୁରି କୁହାଯାଇଛି- ରାଜ୍ଯର ୨୮୮ ଆସନରୁ ୧୯ଟି ନିର୍ବାଚନ ମଣ୍ଡଳିରେ ପ୍ରକୃତ ଭୋଟଦାନ ସଂଖ୍ଯାଠାରୁ ଇଭିଏମ ଭୋଟ ସଂଖ୍ଯା ଅଧିକ ଥିଲା । ୭୬ଟି ନିର୍ବାଚନ ମଣ୍ଡଳିରେ ପ୍ରକୃତ ଭୋଟଦାନ ସଂଖ୍ଯାଠାରୁ ଇଭିଏମ ଭୋଟ ସଂଖ୍ଯା କମ୍ ଥିଲା । ପ୍ରତି ପୋଲିଂ ଷ୍ଟେସନରେ ସନ୍ଧ୍ୟା ୬ଟା ପରେ ପ୍ରକୃତରେ କେତେ ଟୋକନ ବଣ୍ଟାଯାଇଥିଲା ଏବଂ ସାରା ରାଜ୍ଯରେ ପ୍ରକୃତରେ କେତେ ଟୋକନ ବଣ୍ଟା ଯାଇଥିଲା ତାହାର ସବିଶେଷ ବିବରଣୀ ବି ଚାହିଁଥିଲେ ଆବେଦନକାରୀ ।

ପ୍ରକାଶ ଆହୁରି କହିଥିଲେ-ଭୋଟଦାନର ପ୍ରକୃତ ତଥ୍ଯ ପାଇବା ଲାଗି ଆରଟିଆଇରେ ଆବେଦନ କରାଯାଇଥିଲେ ବି ଏପରି କୌଣସି ତଥ୍ଯ ନଥିବା ଦର୍ଶାଇଥିଲେ ନିର୍ବାଚନ କମିଶନ । ଇଭିଏମ ଓ ଭିଭିପାଟର ନିରପେକ୍ଷ ଯାଞ୍ଚ ଲାଗି ବି କୋର୍ଟ ନିକଟରେ ପ୍ରାର୍ଥନା କରିଛନ୍ତି ଆବେଦନକାରୀ । ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Tags: electionmaharastraNotice
ShareTweetShareSend
Sanchar Live

Sanchar Live

Next Post
ଦଳାଚକଟା ଘଟଣାକୁ ଲୁଚାଇବା ଲାଗି ଜେସିବିର ବ୍ଯବହାର ହୋଇଥିଲା : ଅଖିଳେଶ

ଦଳାଚକଟା ଘଟଣାକୁ ଲୁଚାଇବା ଲାଗି ଜେସିବିର ବ୍ଯବହାର ହୋଇଥିଲା : ଅଖିଳେଶ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି
  • କେଉଁଠୁ ଆସୁଛି ବନ୍ଧୁକ ? ବଢ଼ିଲାଣି ଚିନ୍ତା
  • କଂଗ୍ରେସରୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବହିଷ୍କୃତ
  • ସୋମବାର ଏହି ରାଶି ଉପରେ ରହିବ ଶିବଙ୍କ କୃପା
  • କେଉଁ ବୟସରେ ଛୁଆଙ୍କୁ ଦେବେ ନନ୍-ଭେଜ୍ ? ଜାଣନ୍ତୁ ସଠିକ୍ ବୟସ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.