ସଂଚାର ବ୍ୟୁରୋ: ରଣ୍ଡା ଡ୍ୟାମରେ ବୁଡି ଫାର୍ମାସୀ ଛାତ୍ରଙ୍କ ମୃତ୍ୟୁ। ମୃତ ଛାତ୍ର ୨୩ ବର୍ଷିୟ ସୌମ୍ୟରଂଜନ ଜେନା। ଘର ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ରଣ୍ଡା ଗ୍ରାମରେ। ସୌମ୍ୟ ରଂଜନ ୪ ଜଣ ସାଙ୍ଗଙ୍କ ସହ ରଣ୍ଡା ଡ୍ୟାମରେ ମାଛ ଧରିବା ସହ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଅନ୍ୟ ସାଙ୍ଗ ମାନେ ଡ୍ୟାମ ବାହାରକୁ ପଳାଇ ଆସିଥିବା ବେଳେ ସୌମ୍ୟରଂଜନ ଡ୍ୟାମରେ ବୁଡ଼ି ଯାଇଥିଲେ। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ସେ ପୁରୀର ଏକ ଫର୍ମାସୀ କଲେଜର ଛାତ୍ର ବୋଲି ଜଣାପଡିଛି। ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ।