ବଲିଉଡ୍ ଅଭିନେତା ମେରେ ହଜ୍ ବେଣ୍ଡ କି ବିୱିର ଟ୍ରେଲର ଜାରି ହୋଇସାରିଛି । ଆଜି ଏହାର ଟ୍ରେଲର ଫିଲ୍ମ ନିର୍ମାତାମାନେ ରିଲିଜ୍ କରିଛନ୍ତି । ଟ୍ରେଲରକୁ ଦେଖି ଜଣା ପଡୁଛି କି ଫିଲ୍ମଟି ଦେଖି ଆପଣ ଭରପୁର ମଜା ଉଠାଇବେ । ନିକଟରେ ଅର୍ଜୁନ କପୁର ସିଂଘମରେ ନଜରରେ ଆସିଥିଲେ । ଏବେ ଏହି କମେଡି ଫିଲ୍ମରେ ଅଭିନେତା ଅର୍ଜୁନଙ୍କ ବଡ ପରଦାରେ ଦେଖିବାକୁ ମିଳିବ । ସେଥିପାଇଁ ଫାନ୍ସ ମାନେ ବେଶ୍ ଉତ୍ସାହିତ ଅଛନ୍ତି ।
ଏହି ଟ୍ରେଲରରେ ଦେଖିବାକୁ ମିଳିଛି ଅର୍ଜୁନ କପୁର ଏବଂ ଭୁମି ପେଣ୍ଡେନକର ଙ୍କୁ ସ୍ବାମୀ,ସ୍ତ୍ରୀ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଉୂମିଙ୍କର ସ୍ମରଣଶକ୍ତି ହଜି ଯାଇଛି । ଯାହା ଫଳରେ ସେ ୫ରୁ ୬ ବର୍ଷ ର ଘଟଣା ସେ ଭୂଲି ଯାଇଛନ୍ତି । ସେ ଅର୍ଜୁନ କପୁରଙ୍କୁ ନିଜର ବୟଫ୍ରେଣ୍ଡ ଭାବୁଛନ୍ତି । ଏହି ସମୟରେ ଅର୍ଜୁନ କପୁର ନିଜ ଗାର୍ଲଫ୍ରେଣ୍ଡ ରାକୁଲ ପ୍ରୀତ ସିଂହଙ୍କ ସହ ରିଲେସନସିପରେ ଅଛନ୍ତି ।
ତାଙ୍କୁ ଭୁମିଙ୍କର ଏହି ରୋଗ ସମ୍ପର୍କରେ ଜଣାଅଛି । ଅର୍ଜୁନ କପୁର ପୁର୍ବ ସ୍ତ୍ରୀଙ୍କୁ ଠିକ୍ କରିବା ପାଇଁ ଟେଷ୍ଟା କରୁଛନ୍ତି ଏହାସହ ତାଙ୍କୁ ସମସ୍ତ ସତକଥା କହି ଦେଉଛନ୍ତି । ଯାହା ଫଳରେ ଭୁମି ମଧ୍ୟ ଅର୍ଜୁନଙ୍କୁ ପାଇବାକୁ ଚେଷ୍ଟା କରୁଛନ୍ତି । ଏହାପରେ ଅର୍ଜୁନ ଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଝଗଡା ହେଉଛି ।
ଅଭିନେତା ଅର୍ଜୁନ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଲେଖିଥିଲେ କି ୨୧ ଫେବୃଆରୀ ୨୦୨୫ରେ ପ୍ରେକ୍ଷାଳୟରେ ମୋ ଭଳି ଜଣେ ସାଧାରଣ ବ୍ୟକ୍ତିଙ୍କୁ ‘ମେରେ ହଜ୍ବେଣ୍ଡ୍ କି ବିବି’ରେ ଦେଖିବାକୁ ମିଳିବ।
କେବଳ ଅର୍ଜୁନ ନୁହନ୍ତି ଭୂମି ପେଡେନକର ଏବଂ ରାକୁଲ ପ୍ରୀତ ସିଂ ମଧ୍ୟ ପୋଷ୍ଟର ସେୟାର କରିଥିବା ଦେଖିବାକୁ ମିଳିଛି । ଅର୍ଜୁନ, ଭୂମି ଏବଂ ରାକୁଲଙ୍କ ଫିଲ୍ମ ଫେବୃଆରୀ ୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।