ସଂଚାର ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ। ଅନନ୍ତନାଗ ଜିଲ୍ଲାର ଅହଲାନ ଗଡୋଲେ ଅଂଚଳରେ ଚାଲିଛି ଏହି ଗୁଳିବିନିମୟ। ଅପରାହ୍ନରୁ ଯବାନ ଓ ସେନା ମଧ୍ୟରେ ଚାଲିଛି ଫାୟାରିଂ। ଗୁଳିବିନିମୟରେ ୨ ଯବାନ ସହିଦ ହୋଇଥିବା ଜଣାପଡିଛି। ଏହି ଅଂଚଳ ଦେଇ ସେନାର ଯବାନ ଯାଉଥିବାବେଳେ ଆତଙ୍କୀ ଟାର୍ଗେଟ କରିଥିଲେ। ଏଥିରେ ଦୁଇ ଯବାନ ସହିଦ ହୋଇଯାଇଛନ୍ତି। କୋକେରନାଗ ସବଡିଭିଜନର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏହି ଟିମ୍ ଆତଙ୍କୀ ଗତିବିଧି ନେଇ ଅଭିଯାନ ଚଳାଇଥିଲା। ଗୁଳିବିନିମୟ ପରେ ସେନାର ସ୍ପେଶାଲ ଫୋର୍ସେସ ଏବଂ ପାରା ଟୃପରଙ୍କୁ ନିୟୋଜିତ କରାଯାଇଛି। ଆତଙ୍କୀଙ୍କୁ ନିପାତ କରିବାକୁ ଚାଲିଛି ଜୋରଦାର ଅପରେସନ। ଜଙ୍ଗଲରେ ଲୁଚିଥିବା ଆତଙ୍କୀଙ୍କୁ ଧରିବାକୁ ଚାଲିଛି ଜୋରଦାର ଅପରେସନ।ବର୍ଷରେ ମଧ୍ୟରେ ଏହି ଗୁଳିବିନିମୟ କୋକେରନାଗ ଅଂଚଳରୁ ସବୁଠାରୁ ଦ୍ଵିତୀୟ ବଡ଼ ଗୁଳିବିନିମୟ ବୋଲି କୁହାଯାଉଛି। ୨୦୨୩ରେ କୋକେରନାଗ ଜଙ୍ଗଲରେ ଆତଙ୍କୀଙ୍କ ସହ ମୁହାଁମୁହିଁ ହୋଇଥିଲେ।ଏଥିରେ ଜଣେ କମାଣ୍ଡିଂ ଅଫିସର, ଜଣେ ମେଜର ଏବଂ ଜଣେ ଡିଏସପି ସହିତ ହୋଇଥିଲେ।