Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା; ମୃତକଙ୍କ ପରିବାରକୁ ଦିଆଯିବ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ

Sanchar Live by Sanchar Live
January 29, 2025
in ଭାରତ
0
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା; ମୃତକଙ୍କ ପରିବାରକୁ ଦିଆଯିବ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ
0
SHARES
11
VIEWS
FacebookTwitter

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଥିବା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖଦ କହିବା ସହ ମୃତ ଶ୍ରଦ୍ଧାଳୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଘଟଣାର ତଦନ୍ତ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରୟାଗରାଜରେ ପ୍ରବଳ ଭିଡ଼ ଯୋଗୁ ସମସ୍ତ ରାସ୍ତା ବନ୍ଦ ଥିଲା। ପରିସ୍ଥିତିକୁ ସ୍ବାଭାବିକ କରିବା ଏବଂ ରାସ୍ତା ଖୋଲିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କତାର ସହିତ କାର୍ଯ୍ୟ କରିଥିଲା। ସେ କହିଥିଲେ ଯେ ମେଳା କର୍ତ୍ତୃପକ୍ଷଙ୍କ ଅନୁରୋଧରେ ଆଖଡ଼ାମାନେ ସେମାନଙ୍କର ସ୍ନାନ ସ୍ଥଗିତ ରଖିଥିଲେ। ଅପରାହ୍ନରେ ସ୍ନାନ ଆରମ୍ଭ ହୋଇଥିଲା ଯେଉଁଥିରେ ସମସ୍ତେ ଅମୃତ ସ୍ନାନ କରିଥିଲେ। ତେବେ ଆଖରା ମାର୍ଗରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି।

ଏହାଛଡ଼ା ପ୍ରବଳ ଭିଡ଼ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଜି ପ୍ରାୟ ୮ କୋଟି ଭକ୍ତ ଅମୃତ ସ୍ନାନ କରିଛନ୍ତି। ପ୍ରୟାଗରାଜ ଆଖପାଖ ଜିଲାଗୁଡ଼ିକରେ ଭକ୍ତମାନଙ୍କୁ ଅଟକାଯାଇଥିଲା। ସମସ୍ତ ଆଖଡ଼ା ସ୍ନାନ କରିବା ପରେ, ଲୋକମାନଙ୍କୁ ମହାକୁମ୍ଭକୁ ଆସିବାକୁ ଅନୁମତି ଦିଆଯାଇଛି। କୁମ୍ଭ ମେଳାରେ ଦଳାଚକଟା ଘଟଣାର ତଦନ୍ତ ପାଇଁ

ଏକ ତିନି ସଦସ୍ୟ ବିଶିଷ୍ଟ ନ୍ୟାୟିକ କମିଶନ ଘୋଷଣା କରାଯାଇଛି। ଅବସରପ୍ରାପ୍ତ ବିଚାରପତି ହର୍ଷ କୁମାର ଏହି କମିଶନର ମୁଖ୍ୟ ହେବେ ଏବଂ ପୂର୍ବତନ ଡିଜିପି ଭିକେ ଗୁପ୍ତା ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଡିକେ ସିଂହଙ୍କୁ ଏହି ନ୍ୟାୟିକ କମିଶନର ସଦସ୍ୟ କରାଯାଇଛି। ଏପରିକି ଘଟଣାର ଏକ ପୃଥକ ପୋଲିସ ତଦନ୍ତ କରାଯିବ। ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। ୟୁପି ମୁଖ୍ୟ ସଚିବ ମନୋଜ କୁମାର ସିଂହ ଏବଂ ଡିଜିପି ପ୍ରଶାନ୍ତ କୁମାର ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବେ ଏବଂ ଅଧିକ ବ୍ୟବସ୍ଥା ପାଇଁ ସେଠାରେ ଏକ ସମୀକ୍ଷା ବୈଠକ ମଧ୍ୟ କରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଭୋର ସମୟରେ ମୌନୀ ଅମାବାସ୍ୟା ପାଇଁ ଅନେକ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ସଙ୍ଗମସ୍ଥଳକୁ ଯାଇଥିବାବେଳେ ଦଳାଚକଟା ହୋଇଛି। ଏଥିରେ ୩୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଥିବା ସରକାରୀ ଭାବେ କୁହାଯାଇଛି। ତେବେ ମୃତାହତଙ୍କ ପ୍ରକୃତ ସଂଖ୍ୟା ଅଧିକ ହୋଇଥିବା ଆଶଙ୍କା କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ସୋସିଆଲ ମିଡିଆରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଜାନୁଆରୀ ୧୯ରେ ମହାକୁମ୍ଭ ମେଳାର ସେକ୍ଟର ୧୯ରେ ନିଅଁା ଲାଗି ୧୮ଟି ଟେଣ୍ଟ ଜଳିଯାଇଥିବାବେଳେ ସଦ୍ୟ ଅଭାବନୀୟ ଦଳାଚକଟା ଏହି ଧର୍ମୀୟ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠାଇଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଭିଆଇପି ସଂସ୍କୃତି ଯୋଗୁ ଏପରି ଘଟିଥିବା ଦର୍ଶାଇ କେନ୍ଦ୍ର ଏବଂ ୟୁପିର ଭାଜପା ସରକାରଙ୍କୁ ଘେରିଛନ୍ତି।

Tags: upYogi adityanath
ShareTweetShareSend
Sanchar Live

Sanchar Live

Next Post
ପ୍ରାର୍ଥୀଙ୍କ ପାଦ ଛୁଇଁଲେ ମୋଦି, ଭାଇରାଲ ହେଉଛି ଭିଡିଓ

ପ୍ରାର୍ଥୀଙ୍କ ପାଦ ଛୁଇଁଲେ ମୋଦି, ଭାଇରାଲ ହେଉଛି ଭିଡିଓ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.