Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ମହାକୁମ୍ଭ ମେଳା ଦଳାଚକଟାରେ ଯାଇଛି ୩୦ ଜୀବନ : ୬ ଜଣଙ୍କର ମିଳିଛି ପରିଚୟ

Sanchar Live by Sanchar Live
January 29, 2025
in ଭାରତ
0
ମହାକୁମ୍ଭ ମେଳା ଦଳାଚକଟାରେ ଯାଇଛି ୩୦ ଜୀବନ : ୬ ଜଣଙ୍କର ମିଳିଛି ପରିଚୟ
0
SHARES
34
VIEWS
FacebookTwitter

ପ୍ରୟାଗରାଜ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ବଡ଼ ଧରଣର ଅଘଟଣ ଘଟିଛି। ବୁଧବାର ଭୋର ସମୟରେ ମୌନୀ ଅମାବାସ୍ୟା ପାଇଁ  କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ସଙ୍ଗମସ୍ଥଳକୁ ଯାଉଥିବାବେଳେ ଦଳାଚକଟା ହୋଇଛି। ଏଥିରେ ଅନେକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। କାରଣ ମୌନି ଅମାବାସ୍ୟାରରେ ପ୍ରାୟ ୧୦ କୋଟି ଲୋକ ଅମୃତ ସ୍ନାନ କରିବେ ବୋଲି ପ୍ରଶାସନ ଆକଳନ କରିଥିଲା। ଆଉ ଏହି ସମୟରେ ହିଁ ଦଳାଚକଟା ହୋଇଛି। ତେବେ ମୃତାହତଙ୍କ ସଂଖ୍ୟା କେତେ ତାହାକୁ ନେଇ ଚାଲିଥିବା ଦ୍ବନ୍ଦ ମଧ୍ୟରେ ମହାକୁମ୍ଭ ନଗର ମେଳା କ୍ଷେତ୍ର ପ୍ରଶାସନ ପକ୍ଷରୁ ଏହି ଦଳାଚକଟାରେ ମୃତକଙ୍କ ସଂଖ୍ୟା ୩୦ ବୋଲି କୁହାଯାଇଛି।

ମହାକୁମ୍ଭ ମେଳାରେ ଦଳାଚକଟା ସମ୍ପର୍କରେ ମହାକୁମ୍ଭ ନଗର ମେଳା କ୍ଷେତ୍ର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ମଙ୍ଗଳବାର ରାତିରେ ଦଳାଚକଟାରେ ୩୦ ଜଣ ପ୍ରାଣ ହରାଇଛନ୍ତି। ଏହା ସହିତ ୬୦ ଜଣ ଆହତ ହୋଇଛନ୍ତି। ମହାକୁମ୍ଭମେଳା ଅଞ୍ଚଳର ଡିଆଇଜି ବୈଭବ କୃଷ୍ଣ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବ୍ୟାରିକେଡ୍ ଭାଙ୍ଗିବା ଯୋଗୁଁ ଦଳାଚକଟା ହୋଇଥିଲା। ପ୍ରଶାସନ ଏହାକୁ ମୁଖ୍ୟ କାରଣ ଭାବରେ ଦର୍ଶାଉଛି। ଡିଆଇଜି କହିଛନ୍ତି ଯେ ଗତକାଲି ରାତି ୧ଟାରୁ ୨ଟା ମଧ୍ୟରେ ମହାକୁମ୍ଭରେ ଦଳାଚକଟା ହୋଇଥିଲା। ଯେଉଁଥିରେ ୯୦ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଥିମଧ୍ୟରୁ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୪ ଜଣ ଭକ୍ତ କର୍ଣ୍ଣାଟକର, ଜଣେ ଗୁଜରାଟର ଏବଂ ଜଣେ ଆସାମର ଥିଲେ। ବାକିମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ୬୦ ଜଣ ଆହତ ହୋଇଛନ୍ତି। କିଛି ଆହତଙ୍କୁ ସେମାନଙ୍କ ପରିବାର ଲୋକ ନେଇଯାଇଛନ୍ତି। ଏହା ବ୍ୟତୀତ ୩୬ ଜଣ ଆହତ ସ୍ଥାନୀୟ ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି।

ସେପଟେ ଭିଆଇପି ବ୍ୟବସ୍ଥା ପାଇଁ ଏପରି ଘଟିଲା ବୋଲି କୁହାଯାଉଛି। ପୁଲିସ୍‌ ଓ କୁମ୍ଭ ପ୍ରଶାସନ ୨୮ଟି ପୋଣ୍ଟୁନ ବ୍ରିଜ ବା ଭାସମାନ ପୋଲକୁ ଭିଆଇପିମାନଙ୍କ ପାଇଁ ବ୍ଲକ କରିବା ପରେ ମହାକୁମ୍ଭ ମେଳାରେ ଭିଡ଼ ଓ ଦଳାଚକଟାର ଆଶଙ୍କା ସୃଷ୍ଟି ହୋଇଥିଲା। ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଛୋଟ ଓ ଗଳି ରାସ୍ତାରେ ବୁଡ଼ ପକାଇବାକୁ ଯାଇଥିଲେ। ମଧ୍ୟାହ୍ନ ଯାଏ ଗୋଟିଏ ବୋଣ୍ଟୁନ୍‌ ବ୍ରିଜ ଖୋଲା ରହିବ ବୋଲି ଘୋଷଣା କରାଯିବାରୁ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଯଥାଶୀଘ୍ର ସେହି ବାଟରେ ଗଙ୍ଗା ଅତିକ୍ରମ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଥିଲେ ବୋଲି କୁହାଯାଉଛି। ହେଲେ ଡିଆଇଜି ବୈଭବ କୃଷ୍ଣ କହିଛନ୍ତି ଯେ ଜାନୁଆରୀ ୨୯ ତାରିଖରେ କୌଣସି ଭିଆଇପି ଗତିବିଧି ନଥିଲା। ଦଳାଚକଟା ସମୟରେ ଭିଡ଼ ସଙ୍ଗମରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଆଜି ୨୯ ଜାନୁଆରୀରେ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା ଯେ କୌଣସି ଭିଆଇପି ଗତିବିଧି ହେବ ନାହିଁ।

Tags: prayagrajstamped
ShareTweetShareSend
Sanchar Live

Sanchar Live

Next Post
ବଡ଼ ଭାଇର ଟାଙ୍ଗିଆ ଚୋଟରେ ଗଲା ସାନ ଭାଇର ଜୀବନ

ବଡ଼ ଭାଇର ଟାଙ୍ଗିଆ ଚୋଟରେ ଗଲା ସାନ ଭାଇର ଜୀବନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.