ସଂଚାର ବ୍ୟୁରୋ: ଯାଜପୁର ନରସିଂହ ଚୌଧୁରୀ ସ୍ବୟଂଶାସିତ ମହାବିଦ୍ୟାଳୟରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି ଅଭିଯୋଗ । କଲେଜ ପରିସରରେ ନିର୍ମାଣ ହୋଇଥିବା ନୂତନ ବିଲ୍ଡିଂ ଭିତରୁ କେହି ଦୁର୍ବୃତ୍ତ ଝରକା ଭାଂଗି ଏସି କଏଲ, ଚେୟାର, ସାନିଟାରି ଉପକରଣ ଆଦି ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଫେବୃଆରୀ ପ୍ରଥମ ସପ୍ତାହରେ ନାକ୍ ଟିମ୍ କଲେଜ ପରିଦର୍ଶନରେ ଆସୁଥିବା ବେଳେ ପୁରାତନ ଛାତ୍ର ସଂସଦ ଏହାର ଭିତ୍ତିଭୂମି ଓ ସୌନ୍ଦର୍ଯ୍ୟକରଣ ସଂପର୍କରେ ଯାଞ୍ଚ କରିଥିଲେ । ଚୋରିରେ କଲେଜର କିଛି କର୍ମଚାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ଦାବି ହୋଇଛି ।