ସଂଚାର ବ୍ୟୁରୋ: ପୁରୀ ଜିଲ୍ଲା କଣାସରେ ଖଣି ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ । ବେଆଇନ ପଥର ଚାଲାଣ ବେଳେ ୧୯ଟି ପଥର ବୋଝେଇ ଟ୍ରକକୁ ଜବତ କଲା କଣାସ ପୋଲିସ । କଣାସ ବିଜିପୁର ଠାରେ ପଥର ବୋଝେଇ ଟ୍ରକ ଗୁଡିକୁ ଜବତ କରାଯାଇଛି । ଆଜି ପୁରୀ ମାଇନ୍ସ ଅଧିକାରୀ ସମୀର ମିଶ୍ରଙ୍କ ନେତୃତ୍ବରେ ବେଆଇନ ପଥର ଚାଲାଣ ହେଉଥିବା ସମୟରେ ଅତର୍କିତ ଚଢ଼ାଉ କରାଯାଇଥିଲା । ଗତ କିଛିଦିନ ଧରି କଣାସରେ ବେଆଇନ ପଥର ଓ ବାଲି ଚାଲାଣ କରାଯାଉ ଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ପୂର୍ବରୁ ପିପିଲିରେ ପୁରୀ ମାଇନ୍ସ ଅଧିକାରୀ ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ କରିଥିବା ବେଳେ ଆଜି ବେଆଇନ ପଥର ଚାଲାଣ ଗାଡିକୁ ଜବତ କରିଛନ୍ତି । ଜବତ ଗାଡ଼ି ଗୁଡ଼ିକ ଜରିମାନା ନଦେଲେ ସେମାନଙ୍କ ଵିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି ଖଣି ଅଧିକାରୀ କହିଛନ୍ତି।