ସଂଚାର ବ୍ୟୁରୋ: ମହାରାଷ୍ଟ୍ରରେ ବଡ଼ ଧରଣର ଅଘଟଣ । ମହାରାଷ୍ଟ୍ରର ଜଲଗାଓଁର ପରାଣ୍ଡା ରେଳ ଷ୍ଟେସନରେ ବଡ଼ ଧରଣର ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେନ ମାଡ଼ିଯାଇ ୮ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା । ପୁଷ୍ପକ ଏକ୍ସପ୍ରେସରେ ନିଆଁଲାଗିବାକୁ ନେଇ ଗୁଜବ ପ୍ରଚାର ହୋଇଥିଲା । ଭୟରେ ଟ୍ରନରୁ ଡେଇଁପଡ଼ିଥିଲେ ଯାତ୍ରୀ । ଡେଉଁଥିବା ଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା ଦ୍ଵିତୀୟ ଟ୍ରାକରେ ବୀପରିତ ଦିଗରୁ ଆସୁଥିବା ଟ୍ରେନ। କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନ ଯାତ୍ରୀଙ୍କୁ ଚାପି ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ପାଚୋରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଜଳଗାଓଁରୁ ୨୦ କିଲୋମିଟର ଦୂରରେ ଘଟିଛି । ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଷ୍ପକ ଏକ୍ସପ୍ରେସ ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିଲା।