କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଚିଲିଦା ନିକଟରେ ଟ୍ରକ୍ ପଛରେ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍ । ଅଳ୍ପକେ ବର୍ତ୍ତିଗଲେ ତୀର୍ଥଯାତ୍ରୀ । ବସ୍ ରେ ଥିଲେ ୬୦ ରୁ ଉର୍ଦ୍ଧ ତୀର୍ଥଯାତ୍ରୀ । ତେବେ ୧୦ ରୁ ଉର୍ଦ୍ଧ୍ବ ତୀର୍ଥଯାତ୍ରୀ ସାମାନ୍ଯ ଆହତ ହୋଇଛନ୍ତି । ସମସ୍ତ ଆହତ ତୀର୍ଥଯାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଡ୍ରାଇଭରର ଅସାବଧାନତାରୁ ଏପରି ଦୁର୍ଘଟଣା ଘଟିଥିବା କହିଛନ୍ତି ପ୍ରତ୍ଯକ୍ଷଦର୍ଶୀ । ପୋଲିସ ଟ୍ରକକୁ ଅଟକ ରଖି ତଦନ୍ତ କରୁଛି ।