କଟକ ନରସିଂହପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଅଜୟ ସାମଲଙ୍କ ଆତ୍ମହତ୍ୟା ଅଭିଯୋଗ। ଆଜି ସକାଳୁ ବ୍ଲକ କଲୋନୀରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କିଛି ଦିନ ହେଲା ସେ ମାନସିକ ଚାପରେ ଥିବାର ଅଭିଯୋଗ ହୋଇଛି। ସାଗର ପଂଚାୟତର MNRGS କାମର ଅର୍ଥ ଦେଣନେଣକୁ ନେଇ ଗତ ୧୩ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହା ପରଠୁ ସେ ମାନସିକ ଚିନ୍ତାରେ ଥିଲେ ବୋଲି ପଡ଼ୋଶୀ କହିଛନ୍ତି। ସନ୍ଦେହ କରାଯାଉଛି, ଏହାକୁ ନେଇ ସେ ଆତ୍ମହତ୍ୟା କରିଥାଇପାରନ୍ତି। ଅଜୟ ସାମଲ ଏହି ବ୍ଲକର ସାଗର, ଅଲରା, କାଞ୍ଜିଆପଦା ପଞ୍ଚାୟତ ଦାୟିତ୍ୱରେ ଥିଲେ। ତାଙ୍କର ମୃତ୍ୟୁ ପରେ ନରସିଂହପୁର ପୋଲିସ, ବ୍ଲକ ପ୍ରଶାସନ, ତହସିଲଦାର, ବ୍ଲକ୍ ଅଧ୍ୟକ୍ଷା ଓ ସମସ୍ତ ଜନ ପ୍ରତିନିଧିମାନେ ପହଂଚିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। ଅଜୟ ସାମଲଙ୍କର ଘର ବଡ଼ମ୍ବା ସାନବରସିଂହ ଅଞ୍ଚଳରେ ।
ତିନି ବର୍ଷ ହେବ ସେ ନରସିଂହପୁର ବ୍ଲକରେ କାମ କରୁଥିଲେ। କିନ୍ତୁ ତାଙ୍କର ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ କରୁଛି। ଜେଇଙ୍କ ମୃତ୍ୟୁ ନେଇ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ବିଡିଓ।