ସଂଚାର ବ୍ୟୁରୋ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାତୃ ବିୟୋଗ । ୮୯ ବର୍ଷ ବୟସରେ ଆଖିବୁଜିଲେ ପ୍ରଭାତୀ ପରିଡ଼ାଙ୍କ ମାଆ ଲୋଭାବତୀ ପରିଡ଼ାଙ୍କ ପରଲୋକ । ପୁରୀ ଜିଲ୍ଲା ନୂଆହାଟ ନିଭରଣରେ ଗାଁରେ ଲୋଭାବତୀ ପରିଡ଼ାଙ୍କ ଦେହାନ୍ତ ହୋଇଛି । ପୁରା ଗାଁରେ ଖେଳିଯାଇଛି ଶୋକର ଛାୟା । ସେ ସ୍ବର୍ଗତ ଶ୍ରୀବନ୍ତ ପରିଡାଙ୍କର ଧର୍ମପତ୍ନୀ ଥିଲେ।
ସୂଚନା ଅନୁସାରେ କିଛି ଦିନ ହେଲା ଲୋଭାବତୀ ପରିଡ଼ାଙ୍କ ଦେହ ଅସୁସ୍ଥ ଥିଲା । ତାଙ୍କୁ କଟକ ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତି୯ :୩୦ ସମୟରେ ଲୋଭାବତୀ ପରିଡା ୮୯ ବୟସରେ ଦେହତ୍ୟାଗ କରିଛନ୍ତି । ସେ ଜଣେ ଧର୍ମପରାୟଣ ମହିଳା ଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଲୋଭାବତୀଙ୍କ ତୃତୀୟ ଝିଅ । ମୃତ୍ୟୁର ଖବର ଶୁଣି ପୁରା ପରିବାରରେ ଖେଳିଯାଇଛି ଶୋକର ଛାୟା । ଅନ୍ତିମ ଦର୍ଶନ ପାଇଁ ଗାଁ ଲୋକଙ୍କ ଭିଡ ଲାଗୁଥିବା ବେଳେ ଧୀରେ ଧୀରେ ପରିବାର ସମସ୍ତ ସଦସ୍ୟ ଘରେ ପହଞ୍ଚୁଛନ୍ତି ।