ସଂଚାର ବ୍ୟୁରୋ: ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଆଜି ସପ୍ତମ ଦିନ । ଆଜି ମଥୁରାନଗରୀରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଠ ଏବଂ ବଳରାମଙ୍କୁ ନିମନ୍ତ୍ରଣ । ନାରଦଙ୍କ ପରାମର୍ଶ ଅନୁସାରେ ମହାରାଜ କଂସ ଅକୃରକୁ ନିମନ୍ତ୍ରଣ ପାଇଁ ପଠାଇବେ । ମହାରାଜାଙ୍କ ନଗର ଭ୍ରମଣ ମଧ୍ୟ ଅନୁଷ୍ଠିତ ହେବ । ହାଟପଦା ଦୁର୍ଗାମନ୍ଦିର ଠାରେ ଦୁର୍ଗାସ୍ତୁତି, ରାଜ ଦରବାରରେ ନ୍ୟାୟ ବିଚାର ମଧ୍ୟ ଅନୁଷ୍ଠିତ ହେବ । ସେହିଭଳି ଗୋପପୁରରେ ଗୋପୀଙ୍କ ଦଧିବିକା ଓ ରାଧା କୃଷ୍ଣଙ୍କ ନାଚ କେଳୀ ଅନୁଷ୍ଠିତ ହେବେ । ଏହା ପରେ ରାକ୍ଷସ ଶଙ୍ଖ ଚୂଡ ବଦ୍ଧ ସହ ନନ୍ଦ ଦରବାରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବେ । …ମଥୁରା ନଗରୀରେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ଯୁତ କରିୁ ପୁଅ କଂସ ନିଜେ ରାଜ ସିଂହାସନ ଅକ୍ତିଆର କରିବା ପରେ ମଥୁରାରେ ଚଳାଇଛନ୍ତି ରାଜୁତି। ପ୍ରତିଦିନ ନଗର ଭ୍ରମଣରେ ବାହାରୁଛନ୍ତି ମହାରାଜ କଂସ। ଏପରି ଖୁସି ମୁହୂର୍ତ୍ତରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ନୃତ୍ୟ ଗୀତକୁ ଉପଭୋଗ କରଛନ୍ତି ମହାରାଜ କଂସଙ୍କ ସହ ମଥୁରାବାସୀ।