ସଂଚାର ବ୍ୟୁରୋ: ଋଣ କିସ୍ତି ଟଙ୍କା ମାଗିବାରୁ ଫାଇନାନ୍ସ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା। ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବଂଶପାଳରେ। ବାଇକ୍ ଋଣ କିସ୍ତି ଆଦାୟ କରିବାକୁ ଯାଇ ବାଇକରେ ଫେରିବା ବେଳେ, ବୋଲେରୋ ଚଢ଼ାଇ ହତ୍ୟା କରାଯାଇଥିବା ଆସିଛି ସାଙ୍ଘାତିକ ଅଭିଯୋଗ ।ବଂଶପାଳ ବ୍ଲକ ନୟାକୋଟ ଥାନା ଲୁହାକଳା ରଙ୍ଗମାଟିଆ ସାହିର ରାମସିଂ ମୁଣ୍ଡା ଘଟାଇଛି ଏକ ଜଘନ୍ୟ କାଣ୍ଡ।ମୃତକ ହେଉଛନ୍ତି ସଦର ଥାନା ବନେଇକଳାର ବୁବୁ ମହାନ୍ତ । ଟଙ୍କା ଆଦାୟକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଫାଇନାନ୍ସ କର୍ମଚାରୀ ବାଇକ୍ ରେ ଫେରିବା ବାଟରେ ରାମସିଂ ମୁଣ୍ଡା ଉତ୍ୟକ୍ତ ହୋଇ ତାଙ୍କ ଉପରେ ଗାଡି ଚଢାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।