ସଂଚାର ବ୍ୟୁରୋ: ଆଜି ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ପ୍ରେସମିଟ କରି ନିର୍ବାଚନ ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ କମିଶନ। ଅପରାହ୍ନ ୨ଟାରେ ପ୍ରେସମିଟ କରିବେ ଭାରତୀୟ ନିର୍ବାଚନ କମିଶନ। ଗୋଟିଏ ପର୍ଯ୍ୟାୟରେ ହୋଇପାରେ ଭୋଟଗ୍ରହଣ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଏଥରକ କଡ଼ା ଟକ୍କର ହେବ ବୋଲି ରାଜେନୖତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଗତ ଦୁଇଟି ନିର୍ବାଚନରେ ଏକାକି ଆପ ବିଜୟୀ ହୋଇଛି । ୭୦ ଆସନରୁ ୬୦ରୁ ଅଧିକ ଆସନରେ ଜିତିଛି ।