Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପ୍ରାରମ୍ଭିକ ସଂସ୍କାର ଓ ମାର୍ଗଦର୍ଶିକା ଉଚ୍ଚ ଶିକ୍ଷାକୁ ସମାବେଶୀ ଓ ସରଳ କରିବ : ଧର୍ମେନ୍ଦ୍ର ପ୍ରଧାନ

Sanchar Live by Sanchar Live
January 6, 2025
in ଓଡିଶା
0
ପ୍ରାରମ୍ଭିକ ସଂସ୍କାର ଓ ମାର୍ଗଦର୍ଶିକା ଉଚ୍ଚ ଶିକ୍ଷାକୁ ସମାବେଶୀ ଓ ସରଳ କରିବ : ଧର୍ମେନ୍ଦ୍ର ପ୍ରଧାନ
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ୟୁଜିସି (ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ଓ ଏକାଡେମିକ୍ କର୍ମଚାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ଏବଂ ଉଚ୍ଚଶିକ୍ଷାରେ ମାନକ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ) ନିୟମାବଳୀ, ୨୦୨୫ର ଡ୍ରାଫ୍ଟ ଉନ୍ମୋଚନ କରିବା ସହ ୟୁଜିସିର ନୂଆ ଅଡିଟୋରିୟମ ‘ପୁଷ୍ପଗିରି’କୁ ଉଦଘାଟନ କରିଛନ୍ତି ।

 ଶ୍ରୀ ପ୍ରଧାନ କହିଛନ୍ତି ୟୁଜିସିର ଉକ୍ତ ନିୟମାବଳିରେ ପ୍ରାରମ୍ଭିକ ସଂସ୍କାର ଓ ମାର୍ଗଦର୍ଶିକା ଉଚ୍ଚ ଶିକ୍ଷାର ପ୍ରତ୍ୟେକ ଦିଗରେ ନବସୃଜନ, ସମାବେଶୀ, ସରଳୀକରଣ ପ୍ରକ୍ରିୟାକୁ ପ୍ରାଥମିକତା ଦେଇ ଗତିଶୀଳତାକୁ ପ୍ରୋତ୍ସାହିତ କରିବ । ଶିକ୍ଷକ ଓ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କୁ ସଶକ୍ତ କରିବ । ଶୈକ୍ଷିକ ମାନକୁ ସୁଦୃଢ଼ କରିବ ଏବଂ ଶିକ୍ଷାଗତ ଉତ୍କର୍ଷତା ହାସଲ ପାଇଁ ପଥ ପ୍ରଶସ୍ତ କରିବ । ମତାମତ, ପରାମର୍ଶ ପାଇଁ ଡ୍ରାଫ୍ଟ ନିୟମାବଳୀ, ୨୦୨୫କୁ ସାର୍ବଜନୀନ କରାଯାଇଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଗୁଣାତ୍ମକ ଶିକ୍ଷା ଓ ଗବେଷଣା ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହ ଦେଶକୁ ବିକଶିତ ଭାରତ ୨୦୪୭ ଆଡକୁ ଆଗେଇ ନେବା ପାଇଁ ୟୁଜିସି ଖୁବଶୀଘ୍ର ଡ୍ରାଫ୍ଟ ରେଗୁଲେସନ୍, ୨୦୨୫ ଚୂଡ଼ାନ୍ତ ରୂପରେ ପ୍ରକାଶ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ତେବେ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଡ୍ରାଫ୍ଟ ନିୟମାବଳୀ ଏବଂ ମାର୍ଗଦର୍ଶିକା ପ୍ରସ୍ତୁତ କରିଥିବାରୁ କେନ୍ଦ୍ରମନ୍ତ୍ରୀ ୟୁଜିସିକୁ ଅଭିନନ୍ଦନ ଜଣାଇଛନ୍ତି ।

ୟୁଜିସି ନବନିର୍ମିତ ଅଡିଟୋରିୟମ୍ ‘ପୁଷ୍ପଗିରି’ ରଖି ଓଡ଼ିଶାର ବୌଦ୍ଧିକ ଐତିହ୍ୟକୁ ସମ୍ମାନିତ କରିଥିବାରୁ ଶ୍ରୀ ପ୍ରଧାନ ଏହାର ପ୍ରଶଂସା କରିଛନ୍ତି । ଏହା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ବ୍ୟକ୍ତିଗତ ଆନନ୍ଦର ବିଷୟ ବୋଲି ଉଲ୍ଲେଖ କରିବା ସହ ଓଡ଼ିଶାର ଯାଜପୁରର ପୁଷ୍ପଗିରି କିପରି ଜ୍ଞାନର ପୀଠ ଓ ଜ୍ଞାନର ପ୍ରତୀକ ତାହା ଉପରେ ସେ ଆଲୋକପାତ କରିଥିଲେ । ଏକବିଂଶ ଶତାବ୍ଦୀରେ ଭାରତର ବୌଦ୍ଧିକ ଐତିହ୍ୟ ଓ ମୂଲ୍ୟବୋଧର ପୁନରୁଦ୍ଧାର ଦିଗରେ ୟୁଜିସିର ଏହି ପ୍ରଶଂସନୀୟ ପଦକ୍ଷେପ ପାଇଁ ସେ ପ୍ରଶଂସା କରିଥିଲେ । ଏଥିସହିତ ଏହି ଅତ୍ୟାଧୁନିକ ଅଡିଟୋରିୟମ ଜୀବନ୍ତ ବୌଦ୍ଧିକ ଆଲୋଚନାର କେନ୍ଦ୍ର ଭାବେ ଉଭା ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଉଲ୍ଲଖନୀୟ, ଡ୍ରାଫ୍ଟ ୟୁଜିସି (ବିଶ୍ୱବିଦ୍ୟାଳୟ ଓ କଲେଜରେ ଶିକ୍ଷକ ଓ ଏକାଡେମିକ କର୍ମଚାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ଏବଂ ଉଚ୍ଚଶିକ୍ଷାରେ ମାନକ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ) ନିୟମାବଳୀ, ୨୦୨୫ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସୁବିଧା ଉପାୟରେ ସେମାନଙ୍କ ଅନୁଷ୍ଠାନରେ ଶିକ୍ଷକ ଏବଂ ଶୈକ୍ଷିକ କର୍ମଚାରୀଙ୍କୁ ନିଯୁକ୍ତି ଏବଂ ପଦୋନ୍ନତି ଦେବାରେ ସହାୟକ ହେବ । ଡ୍ରାଫ୍ଟ ନିୟମାବଳୀ ଏବଂ ମାର୍ଗଦର୍ଶିକା ଗୁଡିକ ଜନସାଧାରଣଙ୍କ ପରାମର୍ଶ ପାଇଁ ଉପଲବ୍ଧ, ଅଂଶୀଦାରମାନଙ୍କଠାରୁ ମତାମତ ଏବଂ ପରାମର୍ଶ ଦେବା ପାଇଁ ଅପିଲ୍ କରାଯାଇଛି ।

ନିୟମାବଳୀର ପ୍ରମୁଖ ବିଶେଷତା ହେଉଛି ଯୋଗ୍ୟତା ସହ ପିଏଚଡି ଅଭିଜ୍ଞତା ଉପରେ ବିଶେଷ ଧ୍ୟାନ ଦିଆଯିବ । ଭାରତୀୟ ଭାଷାକୁ ପ୍ରୋତ୍ସାହିତ କରାଯିବା ସହ ସାମଗ୍ରିକ ମୂଲ୍ୟାୟନ, ସରଳୀକରଣ ପଦୋନ୍ନତି ପ୍ରକ୍ରିୟା, ଅନ୍ତର୍ଭୁକ୍ତୀକରଣ ସହ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ଯୋଗ୍ୟତା ଆଧାରରେ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବ । ଭିନ୍ନକ୍ଷମଙ୍କ ସମେତ ଦକ୍ଷ କ୍ରୀଡ଼ାବିତମାନଙ୍କୁ ଶିକ୍ଷକତା ବୃତ୍ତିରେ ପ୍ରବେଶ କରିବାର ସୁଯୋଗ ଆଦି ପ୍ରଦାନ କରିବ ।

Tags: dharmendra pradhanugc
ShareTweetShareSend
Sanchar Live

Sanchar Live

Next Post
ଆପଣଙ୍କ ନାମ କେଉଁ ଅକ୍ଷରରୁ ଆରମ୍ଭ ? ଜାଣି ରଖନ୍ତୁ ଏହି ତିନିଟି ନାମର ଲୋକଙ୍କୁ କେବେ ବି ମିଳେନି ପ୍ରକୃତ ପ୍ରେମ

ଆପଣଙ୍କ ନାମ କେଉଁ ଅକ୍ଷରରୁ ଆରମ୍ଭ ? ଜାଣି ରଖନ୍ତୁ ଏହି ତିନିଟି ନାମର ଲୋକଙ୍କୁ କେବେ ବି ମିଳେନି ପ୍ରକୃତ ପ୍ରେମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.