ସଂଚାର ବ୍ୟୁରୋ: କଟକ ମାଣିକଘୋଷ ବଜ଼ାରରେ ନାବାଳିକାଙ୍କୁ ଛୁରା ମାଡ। ନାବାଳିକା ଜଣକ ରାସ୍ତାରେ ଛିଡା ହୋଇଥିବା ବେଳେ ଏକତରଫା ପ୍ରେମକୁ ନେଇ ଛୁରାମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଓ ପରେ ଏସସିବି ପଠାଯାଇଛି।
ନାବାଳିକା ଜଣକ ରାସ୍ତାରେ ଛିଡା ହୋଇଥିବା ବେଳେ ଚୌଧୁରୀ ବଜାର ଅଞ୍ଚଳର ଜଣେ ଯୁବକ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛି। ଯୁବତୀଙ୍କ ମୁଣ୍ଡ ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଛି । ପୁରୀଘାଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏକ ତରଫା ପ୍ରେମକୁ ନେଇ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିବା କଥା କହିଛନ୍ତି ନାବାଳିକାଙ୍କ ଦାଦା।