ସଂଚାର ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ବ୍ଲକ ଦମାଦୁଆ ସରପଞ୍ଚ ସରସ୍ଵତୀ ମଲ୍ଲିକଙ୍କ ପଦବୀ ଅଯୋଗ୍ୟ ବୋଲି ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଗତ ୨୦୨୨ ମସିହା ସରପଞ୍ଚ ନିର୍ବାଚନରେ ସରସ୍ଵତୀ ମଲ୍ଲିକ ନିଜର ଦୁଇ ସନ୍ତାନ ବୋଲି ସତ୍ୟପାଠରେ ଦର୍ଶାଇଥିଲେ । ଏହା ମିଥ୍ୟା ବୋଲି ଚେଲେଞ୍ଜ୍ କରି ସରପଞ୍ଚ ପ୍ରାର୍ଥୀ କଳସୀ ମାଝୀ ମୋହନା ସ୍ଥିତ ପ୍ରଥମଶ୍ରେଣୀ କୋର୍ଟରେ ମାମଲା ରୁଜୁ କରିଥିଲେ । ପ୍ରମାଣ ଆଧାରରେ ମୋହନା କୋର୍ଟ ଗତ ୨୦୨୪ ମସିହା ଅକ୍ଟୋବର ୬ ତାରିଖରେ ଅଯୋଗ୍ୟ ଘୋଷଣା କରିଥିଲେ ।
ମିଥ୍ୟା ସତ୍ୟପାଠ ତଥା ୪ଟି ସନ୍ତାନ ଥିବାର ପ୍ରମାଣ ଆଧାରରେ ଅଯୋଗ୍ୟ ଘୋଷଣା କରିଥିଲେ । ସରସ୍ଵତୀ ତଳ କୋର୍ଟଙ୍କ ରାୟକୁ ଜିଲ୍ଲା ଦୌରାଜଜ୍ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଜିଲ୍ଲା ଦୌରାଜଜ୍ ମଧ୍ୟ ମୋହନା କୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ସରପଞ୍ଚ ପଦବୀକୁ ଅଯୋଗ୍ୟ ଘୋଷଣା କରିବା ସହ ପୁନଃ ନିର୍ବାଚନ ପାଇଁ ଗତ ଡିସେମ୍ଵର ୨୪ ତାରିଖରେ ରାୟ ଶୁଣାଇଥିଲେ । ଆଜି ଜିଲ୍ଲା ଦୌରାଜଜ୍ ରାୟ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିଥିବାର ଜଣାଯାଇଛି ।