ଭୁବନେଶ୍ୱର: ନୂଆ ବର୍ଷ ପାଳିବେନି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହ ଙ୍କ ବିୟୋଗରେ ଚାଲିଥିବା ରାଷ୍ଟ୍ରୀୟ ଶୋକ ଓ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ନବୀନ ଆସନ୍ତକାଲି ନୂଆ ବର୍ଷ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ । ତେଣୁ ଅଭିନନ୍ଦନ ପାଇଁ ନୂଆବର୍ଷରେ ନବୀନ ନିବାସକୁ ନ ଆସିବା ପାଇଁ ଶ୍ରୀ ପଟ୍ଟନାୟକ ଶୁଭେଛୁ ମାନଙ୍କୁ ଅନୁରୋଧ ଜଣାଇଛନ୍ତି।