ସଂଚାର ବ୍ୟୁରୋ: ପୁଣି ପ୍ୟାରିସରୁ ଆସିଲେ ନୈରାଶ୍ୟଜନକ ଖବର । ପ୍ଯାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଡିସକ୍ବାଲିଫାଏଡ । ଫାଇନାଲ ଆଗରୁ ଭାରତକୁ ବଡ଼ ଝଟକା । ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ଯ ଘୋଷିତ । ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ଡିସକ୍ବାଲିଫାଏଡ । ୫୦ କିଲୋ ବର୍ଗରେ ଫାଇନାଲକୁ ଯାଇଥିଲେ ଭିନେଶ । ଗତକାଲି ଫାଇନାଲକୁ ଯାଇଥିଲେ ଫୋଗଟ । ଆଜି ରାତିରେ ହୋଇଥାନ୍ତା ଫାଇନାଲ ମୁକାବିଲା । ଜିତିଥିଲେ ସୁନା, ହାରିଥିଲେ ରୌପ୍ଯ ଜିତିଥାନ୍ତେ ଫୋଗଟ । ନିଶ୍ଚିତ ପଦକରୁ ବଞ୍ଚିତ ହେଲେ ଭିନେଶ ଫୋଗଟ ।