ସଂଚାର ବ୍ୟୁରୋ: କେନ୍ଦୁଝର ସଦର ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ନିଦ ହଜାଇଦେଲେଣି ୨୭ ଟିକିଆ ହାତୀ ପଲ । ଗତକାଲି କଣ୍ଡରାପଶି ଅଞ୍ଚଳରେ ହାତୀଙ୍କୁ ବନ ବିଭାଗ ଜଗିଥିବାବେଳେ କୁସୁମିତା ଗାଁରେ ଉତ୍ପାତ ରଚିଛନ୍ତି ହାତୀ । ଗାଁରେ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଛନ୍ତି । ବିଳମ୍ବିତ ରାତ୍ରିରେ ହାତୀ ଘର ଭାଙ୍ଗି ଚାଉଳ ଖାଇବା ସମୟରେ ଇଟା କାନ୍ଥ ପଡ଼ି ଆଈନାତୁଣୀ ଆହତ ହୋଇଛନ୍ତି । ଉଭୟଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨୭ଟିକିଆ ହାତୀ ପଲ ଏବେ ସଦର ରେଞ୍ଜର କୁସୁମିତା ଅଞ୍ଚଳରେ ଘୁରି ବୁଲୁଛନ୍ତି । ଲୋକମାନେ ଆତଙ୍କିତ ହୋଇପଡ଼ିଥିବାବେଳେ ବନ ବିଭାଗ ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ଯମ ଜାରି ରଖିଛି ।