ସଂଚାର ବ୍ୟୁରୋ: କାବୁ ହେଲା ବାଘୁଣୀ ଜିନ୍ନତ । ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବାରେ ବନ ବିଭାଗ ସଫଳ ହୋଇଛି। ଏବେ ପଶ୍ଚିମବଂଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ରହିଛି ଜିନ୍ନତ । ଦୀର୍ଘ ଦିନର ଉଦ୍ୟମ ପରେ ବାଘୁଣୀ ଜିନ୍ନତକୁ ଟାଙ୍କୁଲାଇଜ କରିବାରେ ବନବିଭାଗ ସଫଳ ହୋଇଛି ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ଟ୍ରାଙ୍କୁଲାଇଜ ପରେ ଜିନ୍ନତକୁ ବାଙ୍କୁଣା ଜଙ୍ଗଲରୁ କଲିକତା ସ୍ଥିତ ଆଲିପୁର ଚିଡିଆଖାନାକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଛି । ଡିସେମ୍ବର ୮ ତାରିଖରୁ ଶିମିଳିପାଳରୁ ବାହାରି ଝାଡଖଣ୍ଡମୁହାଁ ହୋଇଥିଲା ଜିନ୍ନତ। ମହାରାଷ୍ଟ୍ରରୁ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ଜିନ୍ନତକୁ କାବୁ କରିବାକୁ ଲାଗିଥିଲେ ୩ ରାଜ୍ୟର ୧୨୦ ଜଣିଆ ଟିମ୍ । ଜିନତକୁ କାବୁ କରି ପିଞ୍ଜରାରେ ରଖାଯାଇଥିବା ଆଜି ରାତିରେ ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଅଣାଯିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ପ୍ରେମ କୁମାର ଝା ।