ନୂଆଦିଲ୍ଲୀ: ଆଜିକାଲି ଚର୍ଚ୍ଚାରେ ଅଛନ୍ତି ଟିମ୍ ଇଣ୍ଡିଆର ଭେଟେରାନ କ୍ରିକେଟର ବିରାଟ କୋହଲି। ପ୍ରଥମେ ଅଷ୍ଟ୍ରେଲିଆର ଡେବ୍ୟୁଟାଣ୍ଟ ସାମ୍ କନ୍ଷ୍ଟାସ୍ଙ୍କୁ ଧକ୍କା ମାରିବାକୁ ନେଇ ସେ ଆଲୋଚନାରେ ଥିବା ବେଳେ ଏବେ ଟିମ୍ ଇଣ୍ଡିଆ ଓପନର ଯଶସ୍ବୀ ଜୟସ୍ବାଲଙ୍କୁ ରନ୍ ଆଉଟ୍ କରିବା ଲାଗି ଚର୍ଚ୍ଚା ବଢ଼ିଛି। କାରଣ ଯଶସ୍ବୀ ଆଉଟ୍ ହେବା ସମୟରେ ବିରାଟ ବ୍ୟାଟିଂ କରୁଥିଲେ। ଉଭୟଙ୍କ ମଧ୍ୟରେ ତାଳମେଳ ଅଭାବ ଯୋଗୁ ଜୟସ୍ବାଲ ନିଜର ଉଇକେଟ ହରାଇଥିଲେ। ଏହି ମାମଲାକୁ ନେଇ ଏବେ ଭାରତର ଦୁଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ଏବଂ ଇରଫାନ ପଠାନଙ୍କ ମଧ୍ୟରେ ଜୋରଦାର ବଚସା ହୋଇଛି।
ମାଞ୍ଜରେକର ଯଶସ୍ବୀଙ୍କ ଆଉଟ୍ ହେବାରେ କୋହଲିଙ୍କୁ ଦୋଷୀ ବୋଲି କହିଥିଲେ। ଏହା ସ୍କୁଲ ଏରର୍ ଥିଲା ବୋଲି ଅବିହିତ କରିଥିଲେ। ଏହା ପରେ ଇରଫାନ କହିଥିଲେ ଯେ, କ୍ରିକେଟର ସତ ହେଉଛି ଯେ ଯଦି କେହି କଟ୍ ମାରିଛନ୍ତି, ପଏଣ୍ଟ ଫିଲ୍ଡର ହାତକୁ ବଲ୍ ଯାଇଛି। ତେବେ ସେଠାରେ ଯିଏ କଲ୍ ଦିଏ ସେ ନନ୍ ଷ୍ଟ୍ରାଇକର୍ ଥାଏ। ଯିଏ ଷ୍ଟ୍ରାଇକ୍ରେ ଥାଏ ସେ ବି ଅନେକ ଥର ମନା କରିପାରେ। ଇରଫାନକୁ ମଝିରୁ ଅଟକାଇ ସଞ୍ଜୟ କହିଥିଲେ, ଏହା ପଏଣ୍ଟର କଥା, ଆମେ ପଛର କଥା ହେଉଛେ। ଏହାପରେ ଇରଫାନ କହିଥିଲେ ଯେ କଥା ସତ ଏବଂ ମିଛର ନୁହେଁ। ମୁଁ ଯାହା କହୁଛି, ତାକୁ ତୁମେ ବୁଝୁନାହଁ। ଏଠାରେ କୋହଲି ଅଛନ୍ତି ବୋଲି କଥା ପଡ଼ିନାହିଁ। କାଲି କୋହଲିଙ୍କ ବିଷୟରେ କଥା ପଡ଼ିଥିଲା। ସେତେବେଳେ ଆମେ ଛିଡ଼ା ହୋଇ କ’ଣ କରୁଥିଲେ। ଏହା ଶୁଣି ମାଞ୍ଜରେକର ମୁଁହ ମୋଡ଼ି ଦେଇଥିଲେ। ଏପରିକି ଯଦି ତୁମେ ମୋତେ କଥା ହେବାକୁ ଦେବାକୁ ଚାହୁଁନାହଁ ବୋଲି ତେବେ ଠିକ୍ ଅଛି। ଏହାପରେ ଇରଫାନ କିଛି କହିବା ମାତ୍ରେ ସେ ରାଗରେ ଲାଲ ପଡ଼ି ଯାଇଥିଲେ।
https://twitter.com/PallaviSAnand/status/1872544178284208560?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1872544178284208560%7Ctwgr%5Eb45fb49f1e8750169c2fab0eedf4af6a0b418ff1%7Ctwcon%5Es1_&ref_url=https%3A%2F%2Fd-6443878912001505617.ampproject.net%2F2410292120000%2Fframe.html