ଗାଜା ଉପରେ ଇସ୍ରାଏଲର ଆକ୍ରମଣ । ଏଥିରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗାଜାର ଏକ ବିଲଡିଂକୁ ଟାର୍ଗେଟ କରି ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍ ହୋଇଥିଲା । ଏଥିରେ ଘରଟି ପୁରା ଧ୍ବସ୍ତ ହୋଇଯାଇଛି । ତା ଭିତରେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧକାଳୀନ ଉଦ୍ୟମ କରାଯାଉଛି।
ମିଳିଥିବା ସୂଚନା ଅନୁସାରେ ଗାଜା ଉପରେ ଇସ୍ରାଏଲ୍ ପକ୍ଷରୁ ଏୟାରଷ୍ଟ୍ରାଇକ୍ କରାଯାଇଛି । ଅଲ-ଅବଦା ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ । ଏୟାରଷ୍ଟ୍ରାଇକରେ ୫ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହ ଅନେକ କ୍ଷୟକ୍ଷତି ଘଟିଥିବା ସୂଚନା ରହିଛି