ସଂଚାର ବ୍ୟୁରୋ: FAQ ମାନ କମ ଥିଲେ ବି ଧାନ କିଣିବେ ରାଜ୍ୟ ସରକାର । ବର୍ଷା ପାଇଁ କ୍ୱାଲିଟି ଟିକେ କମ ଥିଲେ ବି କମ୍ପୋମାଇଜ୍ କରିବେ ସରକାର । ସବୁ କୃଷକଙ୍କ ଧାନ କିଣାଯିବ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଟୋକନ ଲାପ୍ସ କଲେ ଚାଷୀଙ୍କୁ ଦିଆଯିବ ଅଧିକ ୧୫ ଦିନ ମହଲତ ।
ଓଦା ଧାନ ଶୁଖେଇ ମଣ୍ଡିରେ ବିକ୍ରି ପାଇଁ ଅଧିକ ସମୟ ଦିଆଯିବ । ପାଗ ଖରାପ ଯୋଗୁଁ କିଛି ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି । କିନ୍ତୁ ବର୍ଷା ପାଇଁ ଆଗୁଆ ମଣ୍ଡି ଖୋଲିବନି । ବର୍ଷାରେ ଯାହାର ଧାନ କ୍ଷତି ହୋଇଛି ଆକଳନ କରି ଉଚିତ ମୂଲ୍ୟ ଦିଆଯିବ । ଏ ପର୍ଯ୍ୟନ୍ତ ବିକ୍ରି ହେଲାଣି ସାଢେ ସାତ ଲକ୍ଷ ମେଟ୍ରିକ ଟନ ଧାନ ।
ଦେଢ ଲକ୍ଷ କୃଷକଙ୍କ ଆକାଉଣ୍ଟଙ୍କୁ ସିଧା ଟଙ୍କା ଯାଇଛି । ୨୧ ଶହ କୋଟି ଟଙ୍କା ଦିଆଯାଇଥିବା ବେଳେ ଗୋଟିଏ ବି ଅଭିଯୋଗ ଏପର୍ଯ୍ୟନ୍ତ ଆସିନି ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି । ‘ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ’ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।