ସଂଚାର ବ୍ୟୁରୋ: ବହୁ ବାଦବିବାଦ ପରେ ଶେଷରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫେବ୍ରୁଆରି ୨୩ରେ ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ୨୦ ଫେବ୍ରୁଆରିରେ ଖେଳିବ। ଦୁବାଇରେ ମଧ୍ୟ ଏହି ମ୍ୟାଚ୍ ଖେଳାଯିବ।
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଫେବ୍ରୁଆରି ୧୯ରେ କରାଚିରେ ଏହି ମ୍ୟାଚ୍ ଖେଳାଯିବ। ଆଫଗାନିସ୍ତାନର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବ। ଏହି ମ୍ୟାଚ୍ କରାଚିରେ ୨୧ ଫେବ୍ରୁଆରିରେ ଖେଳାଯିବ। ଫେବ୍ରୁଆରି ୨୨ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଲାହୋରରେ ଖେଳାଯିବ।